(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଚାଇନିଜ ସ୍ମାର୍ଟଫୋନ କମ୍ପାନି ଯଥା ଓପୋ, ସାଓମୀ, ଭିଭୋ, ଅନର ଆଦି ଆସିବା ପରେ ପୂର୍ବରୁ ପ୍ରତିଷ୍ଠିତ କମ୍ପାନି ସାମସଙ୍ଗ, ନୋକିଆ, ମାଇକ୍ରୋମାକ୍ସ ଆଦି କମ୍ପାନିଙ୍କ ବଜାର ଭାଗ କମି କମି ଚାଲିଛି । ଦେଶର ନମ୍ବର ୧ ସ୍ମାର୍ଟଫୋନ କମ୍ପାନି ସାମସଙ୍ଗର ବେପାର ଦିନକୁ ଦିନ ମାନ୍ଦା ହେବାରେ ଲାଗିଛି । ଏହି କମ୍ପାନକୁ କଡା ଟକ୍କର ଦେଉଛି ସାଓମୀ ଓ ଓପୋ ।
ଏଥିପାଇଁ ସାମସଙ୍ଗ ଗତ କିଛି ମାସ ଧରି ନିଜର ବିଭିନ୍ନ ହ୍ୟାଣ୍ଡସେଟର ଦର କମାଇଚାଲିଛି । ଆଗକୁ ମଧ୍ୟ ନିଜର କେତେକ ସ୍ମାର୍ଟଫୋନ ଓ ସ୍ମାର୍ଟଟିଭିର ଦର କମାଇପାରେ । ଦର କମାଇବା ଫଳରେ କମ୍ପାନିର ଲାଭ ହ୍ରାସ ପାଉଛି । ଏଥିପାଇଁ କମ୍ପାନି ଭାରତରେ ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଚିନ୍ତା କରୁଛି ବୋଲି ଏକ ଜାତୀୟ ସ୍ତରର ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି ।