ବିଗ୍ ବସ୍ ଓଟିଟି ୩ର ବିଜେତା ସନା ମକବୁଲ ହସ୍ପଟାଲରେ ଭର୍ତ୍ତି ହୋଇଛନ୍ତି । ସେ ନିକଟରେ ପରିବାର ସହ ଇଦ୍ ପାଳନ କରିବାର କିଛି ଫଟୋ ସେୟାର କରିଥିଲେ । ତା’ର କିଛି ସମୟ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯଦିଓ ତାଙ୍କ ଅସୁସ୍ଥତା ବିଷୟରେ ତାଙ୍କ ତରଫରୁ ସ୍ପଷ୍ଟୀକରଣ ମିଳିପାରିନାହିଁ । କିନ୍ତୁ ତାଙ୍କ ବନ୍ଧୁ ଡାକ୍ତର ଆଶାନା ହସ୍ପିଟାଲରୁ ସନାଙ୍କ ଏକ ଫଟୋ ପୋଷ୍ଟ କରିବା ସହ ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି ।
ସେ ଲେଖିଛନ୍ତି, ” ମୋର ସବୁଠାରୁ ଷ୍ଟ୍ରଙ୍ଗ୍ ଦିଭା , ଏତେ ସାହସ ଓ ଧୈର୍ୟ୍ୟର ସହ ଏତେ ବଡ଼ ରୋଗ ସହିତ ଲଢୁଥିବାରୁ ମୁଁ ତୁମ ପାଇଁ ଗର୍ବିତ । ତୁମେ ଏହି ପରିସ୍ଥିତିରୁ ଆହୁରି ଶକ୍ତିଶାଳୀ ହୋଇ ଯିବେ । ମୁଁ ସବୁବେଳେ ତୁମ ସହ ଅଛି, ଶୀଘ୍ର ସୁସ୍ଥ ହୁଅ ପ୍ରିୟ ଦିଭା ସନା ।”
ସୂଚନା ଅନୁସାରେ, ସନାଙ୍କୁ ଲିଭର ଜନିତ ଏକ ବିରଳ ରୋଗ ‘ ଅଟୋଇମ୍ୟୁନ୍ ହେପାଟାଇଟିସ୍ ‘ ହୋଇଛି । ଯାହାକି ତାଙ୍କୁ ୨୦୨୦ ମସିହାରୁ ହୋଇଥିବା ଜଣାପଡ଼ିଛି । ତେବେ ସେ ନିକଟରେ ଅତ୍ୟାଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।