ଚିକିତ୍ସା ଅଭାବରୁ ହାତୀ ମୃତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାନାଞ୍ଚଳ ଅନ୍ତର୍ଗତ ପାଟପୁର ସେକ୍ସନ ରତନେଇ ପାହାଡ଼ରେ ରହୁଥିବା ୬ ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି।

0

(ଗଂଜାମ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାନାଞ୍ଚଳ ଅନ୍ତର୍ଗତ ପାଟପୁର ସେକ୍ସନ ରତନେଇ ପାହାଡ଼ରେ ରହୁଥିବା ୬ ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି। ହାତୀଟିର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ତେବେ ଗୋଠ ଛଡ଼ା ହାତୀଟି ଅସୁସ୍ଥ ଥିବା ଖବର ପାଇ ଦିଗପହଣ୍ଡି ପଶୁଧନ ଅଧିକାରୀଙ୍କ ସମେତ ନନ୍ଦନକାନନରୁ ବିଶେଷଜ୍ଞ ଦଳଙ୍କୁ ନେ଼ଇ ବନବିଭାଗ ପକ୍ଷରୁ ଚିକିତ୍ସା ପାଇଁ ଉଦ୍ୟମ ହୋଇଥିଲା। ଟ୍ରାଙ୍କୁଲାଇଜର ଉଦ୍ୟମ ସହ ଚିକିତ୍ସା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ରତନେଇ ଜଙ୍ଗଲ କମଳାଖାଲ ଠାରେ ହାତୀଟିର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ରତନେଇ ପାହାଡ଼ରେ ଗୋଟିଏ ଦନ୍ତା ସମେତ ୫ଟି ମାଈ ହାତୀ ଦୀର୍ଘବର୍ଷ ଧରି ସ୍ଥାୟୀ ଭାବେ ରହୁଥିଲେ। ତେବେ ସେହି ହାତୀ ପଲରୁ ଗୋଟିଏ ମାଈ ହାତୀ ପ୍ରାୟର ପଛ ପଟ ବାମ ଗୋଡ଼ରେ ଆଘାତ ଲାଗିବାରୁ ସେ ହାତୀପଲରୁ ଏକାକୀ ହୋଇ ବୁଲୁଥିଲା।