(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପବିତ୍ର ଗୁଣ୍ଡିଚା ଯାତ୍ରାକୁ ନେଇ ଆଜି ପୁରୀ ଚଳଚଂଚଳ ହୋଇଉଠିଛି ବଡଦଣ୍ଡା ଓ ପୁରୀ । ଏହି ପବିତ୍ର ରଥଯାତ୍ରା ଅବସରରେ ସମସ୍ତେ ନିଜ ନିଜ ଶୈଳୀରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ଏହି ରଥଯାତ୍ରା ଅବସରରେ ଖ୍ୟାତନାମ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମୁଦ୍ର କୂଳରେ ବାଲିରେ ରଥ ତିଆରି କରିଛନ୍ତି, ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଲାଗିଛି । ସକାଳଠାରୁ ଯେଉଁ ଭକ୍ତ ସମୁଦ୍ର କୂଳକୁ ଯାଉଛନ୍ତି ସେ ସୁଦର୍ଶନଙ୍କ ବାଲିରଥ ନିକଟରେ ଘଡିଏ ଅଟଳି କଳାକାରଙ୍କ କଳା ଚାତୁରୀକୁ ପ୍ରଂଶସା ନ କରି ରହିପାରୁ ନାହାନ୍ତି । ନିଜର ସୋସିଆଲ ମିଡିଆ ଟ୍ୱିଟର ପେଜରେ ମଧ୍ୟ ଏହି ବାଲୁକା କଳାର ଫଟୋକୁ ସୁଦର୍ଶନ ପୋଷ୍ଟ କରିଛନ୍ତି ।