ପୁରୀ ବେଳାଭୂମୀରେ ଗଣେଶପୂଜା ଉପଲକ୍ଷେ ବିଘ୍ନ ବିନାଶକ ଗଣେଶଙ୍କ ବାଲୁକା ଚିତ୍ର

0

ପୁରୀ: ନିଆରା ଢଙ୍ଗରେ ଦେଶବାସୀଙ୍କୁ ଶୁଭେଚ୍ଛା । ବିଭିନ୍ନ ପର୍ବପର୍ବାଣୀରେ ପୁରୀ ବେଳାଭୂମୀରେ ବିଭିନ୍ନ କଳାକୃତିର ନିଦର୍ଶନ ଦେଖିବାକୁ ମିଳୁଥିବାବେଳେ ଗଣେଶପୂଜା ଉପଲକ୍ଷେ ପୁରୀ ବେଳାଭୂମୀରେ ବିଘ୍ନ ବିନାଶକ ଗଣେଶଙ୍କ ବାଲୁକା ଚିତ୍ର ଦେଖିବାକୁ ମିଳିଛି । ବାଲୁକା କଳା ଦ୍ୱାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ର ପାଇଁ ୬ ଟନ୍ ବାଲି ର ବ୍ୟବହାର ହୋଇଥିବା ବେଳେ ୧୦୦୦ ଷ୍ଟିଲ୍ ଗିନାର ବ୍ୟବହାର ହୋଇଛି । ଯାହା ସମସ୍ତଙ୍କୁ ଆକର୍ଷିତ କରିଛି ।