କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଚନ୍ଦନ ବୃକ୍ଷ ତସ୍କର ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି । ଗତକାଲି କୋଇଡା ଥାନା ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ଵ ଚନ୍ଦନ ବୃକ୍ଷକୁ ସମ୍ପୂର୍ଣ୍ଣ କାଟି ଦୁର୍ବୃତ୍ତ ନେଇଯାଇଥିବା ବେଳେ ପାଖରେ ଥିବା ଆଉ ଏକ ଗଛ ଅଧା କାଟି ଛାଡ଼ି ଚାଲି ଯାଇଥିଲେ। ସେହିପରି କୋଇଡ଼ାର ବରିଷ୍ଠ ବ୍ୟକ୍ତି ବିଶ୍ଵନାଥ ଭଞ୍ଜଙ୍କ ଘରୁ ସମାନ ଭାବରେ ରାତିରେ ଚନ୍ଦନ ବୃକ୍ଷ କାଟି ନେଇଥିବା ଦୃଶ୍ୟମାନ ହୋଇଛି । ଏସବୁ ଘଟଣା ନିଶ୍ଚିତ ପୁଷ୍ପା ଫିଲ୍ମର ପ୍ରଭାବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରୁଛି ।