ପୁରୀ: କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ ଘଟି ଶତାଧିକ ଲୋକ ଙ୍କ ମୃତ୍ୟୁ ହୋଇଚି। ଏହି ଘଟଣା ସାରା ଦେଶବାସୀ ଙ୍କୁ ସ୍ତବ୍ଧ କରିଦେଇଛି। ସାରା ଦେଶରେ ଶୋକର ଛାୟା ଖେଳଯାଇଛି। ଏହି ଦୁଃଖଦ ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ମୃତକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ଏହି ଘଟଣା ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସୁଦର୍ଶନ। ଏହି ଦୁଃଖଦ ସମୟ ରେ ସାରା ଭାରତ ବାସି ଏକଜୁଟ ହୋଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମରେ ସମସ୍ତଙ୍କୁ ବାର୍ତା ଦେଇଛନ୍ତି। ପୁରୀ ବେଳାଭୂମିରେ ନିଳାଦ୍ରୀ ବିଚ୍ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୱାୟନାଡ ବିଭୀଷିକା କୁ ନେଇ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଏହି ବାଲୁକା ଚିତ୍ର କଳା ଦେଖିବାକୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିଲା। ସମସ୍ତେ ୱାୟନାଡ ଘଟଣାରେ ମୃତ ବ୍ୟକ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ ନେଇ ଈଶ୍ୱରଙ୍କ ନିକଟ ରେ ପ୍ରାର୍ଥନା କରିଛନ୍ତି।