ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ମଟର ଗାଜର ସାଣ୍ଡଓ୍ଵିଚ୍

0

(ପ୍ରିୟଦର୍ଶନୀ ସ୍ୱାଇଁ): ଯଦି ଆପଣ ଟେଷ୍ଟି ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ଏହି ରେସିପିକୁ ନିଶ୍ଚୟ ବନାନ୍ତୁ । ଏହା ଖାଇବାକୁ ସୁଆଦିଆ ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ମଧ୍ୟ । ଏହା ଏତେସ୍ୱାଦିଷ୍ଟ ଯେ ଘରେ ଛୋଟ ଛୁଆ ବାରମ୍ବାର ଖାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଆବଶ୍ୟକ ସାମଗ୍ରୀ: ସିଝା ମଟର- କପ୍, ଚାଟ ମସଲା ପାଉଡର- ୧/୨ ଚାମଚ, କଞ୍ଚା ଲଙ୍କା- ୨ଟି, ମେୟୋନିଜ- ୪ ଚାମଚ, କୋରା ଗାଜର- ୧/୪ ଚାମଚ, ପେଶା କଳା ମରୀଚ- ୧/୨ ଚାମଚ, ଲବଙ୍ଗ- ୫ଟି, କଟା ହୋଇଥିବା ରସୁଣ-ଅଳ୍ପ, ରିଫାଇନ୍ ତେଲ- ଏକ ଚାମଚ ।

ପ୍ରସ୍ତୁତି ପ୍ରଣାଳି:- ଏହି ଡିସକୁ ବନାଇବା ପାଇଁ ପ୍ୟାନରେ ଏକ ଚାମଚ ରିଫାଇନ୍ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ହୋଇଥିବା କଞ୍ଚା ଲଙ୍କା ଏବଂ ରସୁଣ ପକାଇ ଦିଅନ୍ତୁ। କିଛି ସମୟ ଏହାକୁ ଭାଜନ୍ତୁ । ଏବେ ଏଥିରେ ସିଝା ମଟର ଏବଂ କୋରା ଗାଜର ପକାଇ ଭାଜନ୍ତୁ । ଏହାକୁ ମଧ୍ୟମ ଆଞ୍ଚରେ ୧୦ ମିନିଟ୍ ପର‌୍ୟ୍ୟନ୍ତ ଭାଜନ୍ତୁ । ଏହା ହୋଇଯିବା ପରେ ଏଥିରେ କଳା ମରୀଚ, ଚାଟ ମସଲା ଏବଂ ଲୁଣ ମିଶାନ୍ତୁ। ଭଲଭାବେ ମିକ୍ସ ହୋଇଗଲା ପରେ ଏହାକୁ ଆଞ୍ଚରୁ କାଢ଼ି ଦିଅନ୍ତୁ। ବ୍ରେଡ ସ୍ଲାଇସ୍ ନିଅନ୍ତୁ ଏବଂ ତାହା ଉପରେ ନିଜ ସ୍ୱାଦ ଅନୁସାରେ ମେୟୋନିଜ ଲଗାନ୍ତୁ। ଏବେ ବ୍ରେଡ ଉପରେ ଭେଜିଟେବୁଲ ମିଶ୍ରଣ ରଖନ୍ତୁ। ଏହାପରେ ସେଥିରେ କୋରିଥିବା ପନୀରକୁ ପକାଇ ଦିଅନ୍ତୁ। ଏହା ଉପରେ ବ୍ରେଡର ଅନ୍ୟ ସ୍ଲାଇସ୍ ରଖନ୍ତୁ ଏବଂ ଏହାକୁ ସେକି ଦିଅନ୍ତୁ। ଏହାପରେ ଆପଣଙ୍କର ଟେଷ୍ଟି ମଟର ଗାଜର ସାଣ୍ଡଓ୍ଵିଚ୍।