ବି ଫାର୍ମା ର ପ୍ରବେଷିକା ପରୀକ୍ଷାରେ ସାରା ରାଜ୍ୟରେ ୬୨ ତମ ର‌୍ୟାଙ୍କ ରଖି ଚର୍ଚ୍ଚା ରେ ସଞ୍ଜୟ

0

ଟାଙ୍ଗୀ: (ରାକେଶ କୁମାର ଜଗଦେବ୍‌) ଦୃଢ଼ ଇଚ୍ଛା ଶକ୍ତି ସହ ଅଦମ୍ୟ ସାହସ ଯେ ମଣିଷ କୁ କେଉଁଠି ପହଞ୍ଚାଇବ ତାହା କହିବା ମୁସ୍କିଲ । ସତରେ ସେହିଭଳି ଜଣେ ଯୁବକଙ୍କ କଥା ଆମେ କହୁଛୁ ଯାହା ଆପଣଙ୍କୁ ଚମକାଇ ଦେବ । କଥାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ସଂଜୟ କୁମାର ବେହେରାଙ୍କ ସମ୍ପର୍କରେ । ତେବେ ସଂଜୟଙ୍କୁ ବୟସ ଏବେ ୧୮ ବର୍ଷ । ଅଳ୍ପ ବୟସରୁ ଉଦୀୟମାନ ଯୁବକଙ୍କ ମନରେ ଥାଏ ଉଦ୍ଧିମତା, କିଛି କରିବାର ଆଖିରେ ଆଖିଏ ସୁନେଲି ସ୍ୱପ୍ନ ତା ସହ ସାଙ୍ଗ ସାଥି ମେଳରେ ବସି ମଜ୍ଜା ମଜଲିସ କରିବାକୁ କାହାର ବା ଇଚ୍ଛା ନ ହୁଏ । ହେଲେ ଏସବୁ ରୁ ବଞ୍ଚିତ ହୋଇଛନ୍ତି ଉଦୀୟମାନ ଯୁବକ ସଂଜୟ । ଶାରୀରିକ ବିକାଶ ସିନା ହୋଇ ପାରିଲା ନାହିଁ । ହେଲେ ମାନସିକ ବିକାଶ ହୋଇଛି । ତାହାକୁ ପାଥେୟ କରି ସଂଜୟ ଆଗକୁ ବଢ଼ିଛନ୍ତି । ସାଙ୍ଗ ସାଥି ମାନଙ୍କ ଟାହି ଟାପରା କୁ ଖାତିର ନ କରି ଆଗେଇ ଚାଲିଛନ୍ତି ସଂଜୟ । ସଂଜୟ ପିଲାଦିନେ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗାଁ ଦୋକାନରୁ ଔଷଧ ଖାଇ ଚିକିତ୍ସା କରିଥିଲେ । ରୋଗ ସିନା ଉପସମ ହୋଇଗଲା, ହେଲେ ସେହିଦିନ ଠାରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ପରିବାର ଲୋକେ ନିଜ ପିଲାର ଶାରୀରିକ ବିକାଶ ନ ହେବାରୁ ଏ ଡାକ୍ତର ଖାନା ରୁ ସେ ଡାକ୍ତର ଖାନା ବୁଲି ନିରାଶ ହେଲେ । ତେଣୁ ସବୁଠାରୁ ଆଶା ହରାଇ ବାପ ମା ଉପର ଵାଲା ଉପରେ ସବୁ ଛାଡିଦେଲେ । ସେହି ଉପର ଵାଲା ର ଆଶୀର୍ବାଦ କୁ ପାଥେୟ କରି ସଂଜୟ ୨୦୨୧ ମସିହାରେ ଗାଁ ସ୍କୁଲ ଭଗବତୀ ବିଦ୍ୟାପୀଠ ରୁ ୧୦ ମ ଶ୍ରେଣୀ ରେ ଭ୨ ରେ ଉତୀର୍ଣ୍ଣ ହେଲେ । ତାପରେ ପଛକୁ ନଫେରି ସଂଜୟ ପାଠ ପଢାରେ ମନ ଧ୍ୟାନ ଦେଲେ । ଫଳରେ ୨୦୨୩ ମସିହା ରେ ବଇରୀ ପୁର ଉଚ୍ଚତମ ବିଦ୍ୟାଳୟ ରୁ +୨ ୨ ୟ ଶ୍ରେଣୀରେ ଉତ୍ତୀର୍ଣ ହେଲେ । ଏହା ପରେ ଆଗକୁ ବଢ଼ିବାର ଝୁଙ୍କ ଥିବା ଯୋଗୁଁ ସଂଜୟ ଈ ଫାର୍ମା ର ପ୍ରବେଷିକା ପରୀକ୍ଷାରେ ସାରା ରାଜ୍ୟରେ ୬୨ ତମ ର‌୍ୟାଙ୍କ ରଖି ଚର୍ଚ୍ଚା ସାଉଁଟିଛନ୍ତି । ହେଲେ ଏହା ପରେ ଆଗକୁ କିଭଳି ବଢ଼ିବେ ସଂଜୟ ଙ୍କୁ ସେହି ଚିନ୍ତା ଘାରିଛି । ଏପଟେ ଘରେ ଅର୍ଥ ଅଭାବ ସହ ଉତ୍ତମ ଚିକିତ୍ସା ପାଇଁ ସାମର୍ଥ୍ୟ ଅଭାବ ସଂଜୟ ଙ୍କ ପାଇଁ ବଡ଼ ବୋଝ ପାଲଟିଛି । ତେଣୁ ସଂଜୟ ଙ୍କ ପ୍ରତି ସରକାର ସଦୟ ହୋଇ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ଜରୁରୀ ହୋଇ ପଡିଛି ।