ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାରଙ୍କ ଘୋଷଣା କଲେ ବଡ ଯୋଜନା । ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସଞ୍ଜିବନୀ ଯୋଜନା ଘୋଷଣା କରିଛନ୍ତି । ଯେଉଁଥିରେ ୬୦ ରୁ ଅଧିକ ବୟସର ବୟସ୍କ ନାଗରିକଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ଲକ୍ଷ୍ୟ ରଖିଥିବା ସ୍ୱାସ୍ଥ୍ୟସେବା ଯୋଜନା। ବୃଦ୍ଧଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ପାଇଁ କେଜ୍ରିୱାଲ ଏହି ପଦକ୍ଷେପକୁ ଆପ ର ଦୂରଦୃଷ୍ଟିର ଏକ ପ୍ରମୁଖ ଅଂଶ ଭାବରେ ବର୍ଣ୍ଣନା କରିଛନ୍ତି |
କେଜ୍ରିଓ୍ବାଲ କହିଛନ୍ତି, ‘ଏହି ଯୋଜନା ଅଧୀନରେ ସମସ୍ତେ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇବେ। ସରକାର ଗଠନ ହେବା ମାତ୍ରେ ଦିଲ୍ଲୀ ସରକାର ଏହି ଯୋଜନା ପାସ୍ କରିବେ ଏବଂ ବୃଦ୍ଧମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବେ। ଏହାର ପ୍ରତିବଦଳରେ ସମସ୍ତେ ଭୋଟ୍ ଦିନ ଆମ୍ ଆଦମୀ ପାର୍ଟିକୁ ଆଶୀର୍ବାଦ ସମର୍ଥନ ଭାବରେ ଦିଲ୍ଲୀର ପ୍ରାର୍ଥୀମାନେ ଆଶା କରୁଛନ୍ତି।’
ସେ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିବେ ନାହିଁ। ସମସ୍ତଙ୍କ ଚିକିତ୍ସା ମାଗଣା ହେବ। ଶୀଘ୍ର ବୃଦ୍ଧଙ୍କ ପଞ୍ଜୀକରଣ ଆରମ୍ଭ ହେବ ଏବଂ ଶୀଘ୍ର ସମସ୍ତଙ୍କୁ ଆଇଡି କାର୍ଡ ପ୍ରଦାନ କରାଯିବ।’
ଆଜି ସକାଳେ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଥିଲେ, ସେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଯାଉଛନ୍ତି। ଏହି ଘୋଷଣା ଆମର ବୟସ୍କମାନଙ୍କ ପାଇଁ ହେବ ଏବଂ ଦିଲ୍ଲୀ ମଡେଲରେ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ ।