ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ ‘ସାରା’

0

ଭୁବନେଶ୍ୱର: ଆଖି ବୁଜିଲା ନାଲି ବାଘୁଣୀ ‘ସାରା’। 2009ମସିହାରେ ଆସିଥିବା ବାଘୁଣୀ ସାରା’ ର ମୃତ୍ୟୁ। ମୃତ୍ୟୁ ବେଳକୁ ବାଘୁଣୀ କୁ 19ବର୍ଷ ହୋଇଥିଲା। ନନ୍ଦନକାନନରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସାରା’ ର ମୃତ୍ୟୁ ଘଟିଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ବାଘ ସଫାରୀରେ ୩୩ନମ୍ବର ଚାମ୍ବରରେ ରହୁଥ‌ିବା ୧୯ ବର୍ଷର ବାଘୁଣୀ ‘ସାରା’ ବର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାର ମୃତ୍ୟୁ ଘଟିଛି। କିଛି ଦିନ ହେବ ସେ ଠିକ୍ ଭାବେ ଖିଆପିଆ କରୁନଥିଲା ଯାହା ପାଇଁ  ପ୍ରାଣୀଉଦ୍ୟାନ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଠିଲା। ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡ଼ିଆଖାନାରୁ ୨୦୦୯ରେ ବାଘୁଣୀ ‘ସାରା’ ନନ୍ଦନକାନନ ଆସିଥିଲା। ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା। ସାରା ମୃତ୍ୟୁ ପରେ ଏବେ ବାଘ ସଂଖ୍ୟା 26କୁ ପହଞ୍ଚିଛି।