ଫେରାର ହୋଇଗଲେ ମାନ୍ୟବର

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜୁନ ୨୫ ତାରିଖରେ ମାନ୍ୟବର ବାବା ସାରଥୀ ଚୌଦ୍ୱାର ଜେଲରୁ ମୁକୁଳି ଥିଲେ । ସେ ଜେଲରୁ ମୁକୁଳିବା ପରେ ତାଙ୍କ ଖୋଜା ଚାଲିଥିଲେ ମଧ୍ୟ କେହି ତାର ଟେର ପାଇପାରୁ ନାହାନ୍ତି । କେତେବେଳେ କିଏ କହୁଛନ୍ତି କଟକରେ ତ ପୁଣି କେତେବେଳେ ଭୁବନେଶ୍ୱରରେ । ଗଣମାଧ୍ୟମ ପ୍ରତିନିଧି ମାନ୍ୟବରଙ୍କ ଝଲକ ପାଇବାକୁ ତାଙ୍କ ଭିଜୁଆଲ ନେବାକୁ ଟାକି ବସିଥିôବା ବେଳେ କିନ୍ତୁ ଆଜି ମାନ୍ୟବରଙ୍କ ଓକିିଲ ମାନସ କୁମାର ଚାନ୍ଦ ଗଣମାଧ୍ୟମକୁ ଦେଇଥିବା ସୂଚନା ସମସ୍ତଙ୍କୁ ଚକିତ କରିଛି । ମାନସଙ୍କ ଅନୁଯାୟୀ ସାରଥୀ ଏବେ ରାଜ୍ୟ ବାହାରେ । ତେବେ ସେ କେଉଁଠି ଅଛନ୍ତି ତାହା କହିନାହାନ୍ତି ମାନସ ।
ମାନସଙ୍କ ବୟାନ ପରେ ଏବେ ସାରଥୀଙ୍କୁ ନେଇ ନାନା ପ୍ରଶ୍ନ ଉଠୁଛି । କୋର୍ଟ ତାଙ୍କୁ ରାଜ୍ୟ ବାହାରକୁ ଯିବାକୁ ବାରଣ କରିଥିଲେ । ଏପରି ସ୍ଥଳେ ସେ କିପରି ରାଜ୍ୟବାହାରକୁ ଗଲେ ବୋଲି ଚର୍ଚ୍ଚା ହେଉଛି । ଯଦି କୋର୍ଟ ମନା କରିଥିଲେ ତେବେ ସାରଥୀ କିପରି ରାଜ୍ୟ ବାହାରକୁ ଗଲେ? ରାଜ୍ୟ ପୁଲିସ ପ୍ରଶାସନ କଣ କରୁଥିଲା? ଅପରପକ୍ଷରେ କୋର୍ଟଙ୍କ ବାରଣ ସମ୍ପର୍କରେ ମାନସ କହିଛନ୍ତି, ଆଇଓଙ୍କୁ ଜଣାଇ ଯାଉଥିବା ଜାଗାର ଠିକଣା ,ଟେଲିଫୋନ ନମ୍ବର ଦେଇ ସାରଥି ବାହାରକୁ ଯାଇପାରିବେ ବୋଲି କୋର୍ଟ କହିଥିଲେ ।