ପୂର୍ବତନ ସରପଞ୍ଚଙ୍କ ହୃଦଘାତରେ ମୃତ୍ୟୁ

0

(ତାରାକାନ୍ତ ନାୟକ/ ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଲକର ତେନ୍ତଲ ପଞ୍ଚାୟତର ପ୍ରଥମ ସରପଞ୍ଚ ଏବଂ ବିଜେଡିର ଜଣେ ଟାଣୁଆ ନେତା ଜାନକୀ କିଶୋର ମହାନ୍ତିଙ୍କ ୭୧ବର୍ଷ ବୟସରେ ହୃଦଘାତରେ ମୃତ୍ୟ ହୋଇଛି। ସେ ତେନ୍ତଳ ପଂଚାୟତର ପ୍ରଥମ ସରପଞ୍ଚ ଥିଲେ। ତାଙ୍କ ମୃତ୍ୟ ଖବର ପ୍ରଚାରିତ ହେବା ମାତ୍ରେ ସାଲେପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମିଷ୍ଠଭାସି ଏବଂ ପରୋପକାରୀ ବ୍ୟକ୍ତି ଥିଲେ।