(ଭୁବନେଶ୍ୱର/ସରୋଜ କୁମାରର ରାଉତ): ସାରୁଅେରେ ଥିବା ଓଟିଭି ଅଫିସରୁ କର୍ମଚାରୀମାନଙ୍କୁ ନିଲମ୍ବିତ କରିବା ଓ ଦଳିତଙ୍କ ଜମିକୁ ଅକ୍ତିଆର କରି ସେଠାରେ ସୁଟିଂ ଚଲାଇବା ଭଳି ସଂଗିନ ଅଭିିଯୋଗ ଆସିଛି ଓଟିଭି ନାଁରେ । ଏନେଇ ଶତାଧିକ ଲୋକ ଆଜି ଏହାକୁ ବିରୋଧ କରି ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଅଭିଯୋଗ ଅନୁଯାୟୀ ସାରୁଆ ଅଞ୍ଚଳକୁ ଉନ୍ନତ କରି ସେଠାକାର ଚାଷୀଙ୍କୁ ଲାଭବାନ କରିବାର ସ୍ୱପ୍ନ ଦେଖାଇ ଓଟିଭି ଏହି ଦଳିତଙ୍କ ଜମିକୁ ଅକ୍ତିଆର କରିନେଇ ସେଠାକାର କିଛି ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଥିଲା । ଗ୍ରାମବାସୀମାନେ ଓଟିଭି ଜମି ହାତେଇବା ଘଟଣା ଜାଣିବାପରେ ଏହାକୁ ବିରୋଧ କରିଥିଲେ, ଯେଉଁଥି ପାଇଁ ଓଟିଭିରେ କାମ କରୁଥିବା କର୍ମଚାରୀଙ୍କୁ ନିଲମ୍ବିତ କରିଥିଲା ଓଟିଭ । ଏ ବିଷୟରେ ଗ୍ରାମବାସୀମାନେ ଅବଗତ ହେବାପରେ ସେମାନେ ଏହାକୁ ବିରୋଧ କରିଥିଲେ । ଏହା ପରେ ଉକ୍ତ ସଂସ୍ଥାର ମାଲିକ ଓ ତାଙ୍କ ଶଶ୍ୱର ଏହି ଗ୍ରାମବାସୀମାନଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତେଣୁ ଏହାକୁ ବିରୋଧ କରି ଆଜି ରାଜଭବନ ସମ୍ମୁଖରେ ଧାରଣାରେ