ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଗିରଫ । ଦୁଇ ଦିନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ ମାଲକାନଗିରିର ନେତ୍ରୀ ତଥା ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ । ଏବେ ଜଗତସିଂହପୁରରୁ ସସ୍ମିତାଙ୍କୁ ଗିରଫ କରିଛି ମାଥିଲି ପୋଲିସ । ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୨ ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା ମାଝୀ । ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ପାଣ୍ଡିଆନଙ୍କ ସମ୍ପର୍କୀୟ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ।