ଏମ୍ସରେ ଆରମ୍ଭ ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ

ଏମ୍ସରେ ଆରମ୍ଭ ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ

0

ଭୁବନେଶ୍ୱର : ସ୍ନାୟୁ ବିଜ୍ଞାନ ଗବେଷଣଆ କ୍ଷେତ୍ରକୁ ଆଗେଇନେବ ସାଟେଲାଇଟ ବ୍ୟାଙ୍କ । ଭୁବନେଶ୍ୱର ଏମ୍ସରେ ପ୍ରତିଷ୍ଠା ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ । ପୂର୍ବ ଭାରତରେ ପ୍ରଥମ ଥର ଲାଗି ହେବ ଏହି ବ୍ୟାଙ୍କ । ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଏହି ବ୍ୟାଙ୍କ ସହାୟକ ହେବ । ଏହି ବ୍ୟାଙ୍କ ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ଆଇସିଏମଆର ୪୭ ଲକ୍ଷ ଟଙ୍କା ମଞ୍ଜୁର କରିଛି । ପାଥୋଲୋଜି ଓ ଲ୍ୟାବ୍, ମେଡିସିନ୍ ବିଭାଗରେ ଏହି ବ୍ୟାଙ୍କ ପ୍ରତିଷ୍ଠା ହେବ । ଏହି ବ୍ରେନ ବ୍ୟାଙ୍କରେ ମୃତ ଲୋକଙ୍କ ମସ୍ତିଷ୍କ ନମୁନା ସଂରକ୍ଷିତ ରହିବ ଏବଂ ଅଧିକ ଗବେଷଣା କରାଯିବ ।