ଦିଲ୍ଲୀ ପୋଲିସ କବଜାରେ ସତପାଲ ତମ୍ବର

0

ଦିଲ୍ଲୀ:ଭୀମସେନା ମୁଖ୍ୟଙ୍କ ବିରୋଧରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ଜୀବନରୁ ମାରି ଦେବାକୁ , ତଥା ଯିଏ ନୁପୂରଙ୍କ ଜିଭ କାଟିଆଣିଦେବ ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ବାବଦରେ ମିଳିବ ବୋଲି ଘୋଷଣା କରିଥିଲେ ଭୀମସେନା ମୁଖ୍ୟ ସତପାଲ ତମ୍ବର ।ଏହା ପୂର୍ବରୁ ମଧ୍ୟ ଜ୍ଞାନବାପୀ ମସଜିଦର ପରିସରରୁ ମିଳିଥିବା ଶିବଲିଙ୍ଗ ଉପରେ ଦଙ୍ଗା ସୃଷ୍ଟି କାରୀ ମନ୍ତବ୍ୟ ଦେଇଥିଲେ ସତପାଲ ତମ୍ବର । ତେବେ ଜନସଭାରେ ନୂପୂର ଶର୍ମାଙ୍କ ଜିଭ କାଟି ଆଣିବାକୁ କହୁଥିବାର ଏକ ଭିଡିଓ ସାଇବର ସେଲର ହାତରେ ଲାଗିବା ପରେ ତାଙ୍କ ବିରୋଧରେ ଏକାଧିକ ସଙ୍ଗୀନ ମାମଲା ରୁଜୁ କରାଯାଇଥିଲା । ଏପରି ସମୟରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଓ)ର ୟୁନିଟ୍ ଯାଇ ସତପାଲଙ୍କୁ ତାଙ୍କ ଗୁରୁଗ୍ରାମ ଘରୁ ଗିରଫ କରିଛି । ତାଙ୍କ ବିରୋଧରେ ଅପରାଧିକ ଧମକ ଦେବା ଅଭିଯୋଗରେ ଧାରା ୫୦୬, ମହିଳାଙ୍କ ଅପମାନ ଆଧାରରେ ଧାରା ୫୦୯ ଓ ଦଙ୍ଗାକୁ ଉସକାଇବାକୁ ଚେଷ୍ଟା କରିବା ଆଧାରରେ ଧାରା ୧୫୩-ଏ ମାମଲା ଦାଏର ହୋଇଛି ।