କେନ୍ଦ୍ରାପଡ଼ା : ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ରାଜ୍ୟରେ ବିଜେପି ୪ ଘଣ୍ଟିଆ ସତ୍ୟାଗ୍ରହ ଧାରଣା କାର୍ୟ୍ୟକ୍ରମ କରିଛି । ରାଜ୍ୟ ବିଜେପି ନିଷ୍ପତି କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ବିଜେପି ପକ୍ଷରୁ ଗୋବିନ୍ଦପୁର ଠାରେ ଗାନ୍ଧୀ ମୂର୍ତ୍ତି ନିକଟରେ ସତ୍ୟାଗ୍ରହ ଧାରଣା ଦେଇଥିଲା ବିଜେପି । ବିଜେପି ନେତା ବ୍ରଜସୁନ୍ଦର ଭୂୟାଁ,ନିର୍ବାଚନ ମଣ୍ଡଳୀ ସଂଯୋଜକ ରଶ୍ମିରଞ୍ଜନ ବେହୁରା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ସମେତ ବିଜେପିର ଶତାଧିକ କର୍ମୀ ରାଜ୍ୟ ସରକାରଙ୍କ ବିଫଳତା ଓ ଅପରାଧି କରଣ ପ୍ରତିବାଦରେ ୪ ଘଣ୍ଟା ଧରି ସତ୍ୟାଗ୍ରହ ଧାରଣା ଦେଇଥିଲେ ।