ନୂଆଦିଲ୍ଲୀ : ଏଣିକି ସ୍ପେସ ମିଶନରେ ମହିଳାଙ୍କୁ ସାଉଦ ଆରବ ସାମିଲ କରିବ । ଆନ୍ତରିକ୍ଷକୁ ପ୍ରଥମଥର ପାଇଁ ମହିଳା ପଠାଇବ ସାଉଦ ଆରବ । ଲୋକମାନଙ୍କ ଓଲ୍ଡ ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ଏମିତି ଏକ ବଡ ଘୋଷରା କରିଛି ଆଗକୁ ବଢ଼ିବାକୁ । ମହିଳା ମହାକାଶଚାରୀ ରେୟାନା ବରନାବୀ ତାଙ୍କ ସହଯୋଗୀ ଅଲ୍ଲୀ ଅଲକର୍ନୀ ଯାତ୍ରୀ ମିଶନ ଟିମରେ ସାମିଲ ହେବେ । ଆଧୁନିକତାକୁ ଗ୍ରହଣ କରିବା ସହ ମହିଳାଙ୍କୁ ସ୍ପେସ ପଠାଇବାକୁ ନିଷ୍ପତ୍ତି ନେଇଛି ଇସଲାମିକ ଷ୍ଟେଟ ସାଉଦି ଆରବ । ଅନ୍ତରୀକ୍ଷରେ ମାନବ ପଠାଇବା ଦିଗରେ କ୍ଷମତା ବୃଦ୍ଧି ପାଇଁ ସାଉଦି ଆରବ ଏହି ସ୍ପେସ ଅଭିଯାନ ଆରମ୍ଭ କରିଛି। ସାଉଦି ଆରବ ସରକାର ଏହି ମିଶନକୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି ଅନ୍ତରୀକ୍ଷ ଆୟୋଗ ଅଧ୍ୟକ୍ଷ ଅବଦୁଲା ଉଲ ସ୍ବାହା କହିଛନ୍ତି ।