ଭୁବନେଶ୍ୱର : ଅରୁଣ, ଅତନୁ ପରେ ସୌମ୍ୟଙ୍କୁ ପୁଣି ଟାର୍ଗେଟ କଲେ ମନ୍ତ୍ରୀ ପ୍ରତାପ ଦେବ | ସେ କହିଛନ୍ତି ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ମତ ରଖି ପାରିବେ ସେଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଗଣତନ୍ତ୍ର ପଦ୍ଧତିରେ ଯେତେବେଳେ ନିର୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଦଳ ବିରୁଦ୍ଧରେ ବା ସରକାରଙ୍କ ବିରୁଦ୍ଧରେ କି ସରକାରଙ୍କ ନୀତି ବିରୁଦ୍ଧରେ ସମାଲୋଚନା କରିବା ସମ୍ପୂର୍ଣ୍ଣ ଅମୂଳକ ଅଟେ । ଏହାକୁ ବ୍ଲାକମେଲ ବୋଲି କୁହାଯିବା ନେଇ କହିଛନ୍ତି ମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି, ସୌମ୍ୟ ବାବୁ ଜଣେ ଶିକ୍ଷିତ ଜ୍ଞାନି ଗୁଣି ଲୋକ ତାଙ୍କୁ ଉପଦେଶ ଦେବା ମୋର ଆବଶ୍ୟକତା ନାହିଁ । କିନ୍ତୁ ସୌମ୍ୟ ବାବୁ ଜାଣିବା ଦରକାର ଯେ ସେ ବିଜେଡିରେ ଅଛନ୍ତି । ଯେଉଁ ପ୍ରସଙ୍ଗରେ ସେ ତାଙ୍କ ସମ୍ବାଦପତ୍ରରେ ଲେଖୁଛନ୍ତି ଓ ମତ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ । ଏଥିସହ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଵିଶେଷ ଯାଉନି । ଏହାକୁ ମୁଖ୍ୟମନ୍ତ୍ରୀ ବି ସ୍ପଷ୍ଟ କରି ସାରିଛନ୍ତି । ମାତ୍ର ସେଇ ଜିନିଷ କୁ ବ୍ୟାଖ୍ୟା କରି ନିର୍ଦ୍ଦିଷ୍ଟ ଭାବେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କୁ ଆକ୍ରୋଶ ମୂଳକ ଭାବେ ଇଙ୍ଗିତ କରିବା ସମୀଚିନ ନୁହେଁ ଓ ସମ୍ପୂର୍ଣ୍ଣ ଭୁଲ ବୋଲି ସେ ମତ ଦେଇଛନ୍ତି ।
ଆପଣ ଯଦି ସ୍ୱାଧୀନ ବ୍ୟକ୍ତିତ୍ୱ ହୋଇ ଥାନ୍ତେ । ତାହା ଯାହା କହିଥିଲେ ବି କିଛି ଫରକ ପଡ଼ି ନଥାନ୍ତା । ନିର୍ଦ୍ଦିଷ୍ଟ ଦଳରେ ରହି ଦଳୀୟ ପ୍ଲାଟଫର୍ମ ରେ ନ କହି ଏକପାଖିଆ ଭାବେ ସବୁ କଥା ଉପରେ ସମାଲୋଚନା କରୁଛନ୍ତି ତାକୁ ବ୍ଲାକମେଲ ବୋଲି ହିଁ କୁହାଯିବ । ଯଦି ଆପଣଙ୍କ ଭିତରେ କୌଣସି ସେମିତି କଥା ଅଛି ଦଳୀୟ ଫୋରମ ଭିତରେ ଉଠାଇବା ଦରକାର । ନା ଆପଣ ଦଳୀୟ ଫୋରମ କୁ ମାନୁ ନାହାନ୍ତି ନା ସେ ବିଷୟରେ ଅବଗତ ନୁହଁନ୍ତି । ତାହାଲେ ଏ ଦଳରେ ରହିବା ଅନୁଚିତ ବୋଲି ମନ୍ତ୍ରୀ ପରତାପ ଦେବ କହିଛନ୍ତି ।
କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘର ଭିତରେ ରହି ଘର ଭିତରୁ ଆଲୋଚନା ସମାଲୋଚନା କରିବା ନିଶ୍ଚିତ ଭାବେ ଅନୁଶାସନ ଭଙ୍ଗ କରୁଛି । ଦଳର ଡିସିପିଲିନ ବି ଭଙ୍ଗ କରୁଛି । ସମ୍ପାଦକୀୟ ଆଳରେ ଦଳ ଭିତରେ ରହି ଦଳର ଅନୁଶାସନ ଭାଙ୍ଗୁଛନ୍ତି । ଧାରାବାହିକ ଭାବେ ଉଦ୍ଧେଶ୍ୟ ମୂଳକ ଭାବେ ଲେଖା ଯାଉଛି । ଯଦି କିଛି କହିବାର ଅଛି ଦଳରୁ ବାହାରି ଯାଇ ବାହାରେ କୁହନ୍ତୁ । ଯଦି ସମ୍ପାଦକୀୟ ଲେଖିବାର ଅଛି ଦଳରୁ ବାହାରି ଯାଇ ସମ୍ପାଦକୀୟ ଲେଖନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ |