ହାଇକୋର୍ଟ ଗଲେ ସିଙ୍ଗର ସୌରିନ ଭଟ୍ଟ, ହାଇ‌‌ର୍କୋଟରେ ଆଗୁଆ ଜାମିନ ଆବେଦନ କଲେ କଣ୍ଠଶିଳ୍ପୀ

0

କଟକ : ହାଇକୋର୍ଟ ଗଲେ ସିଙ୍ଗର ସୌରିନ ଭଟ୍ଟ । ଗିରଫଦାରୀ ଏଡାଇବାକୁ ସୌରିନ ଭଟ୍ଟ ଉଚ୍ଚନ୍ୟାୟଳୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇ ସୌରିନ ଆଗୁଆ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି।

ସୂଚନା ଅନୁସାରେ, ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀ ତାଙ୍କ ନାଁରେ କଟକ ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଛି । ନୋଟିସ ସତ୍ୱେ ଏଯାଏଁ ସୌରିନ ଥାନାରେ ହାଜର ହୋଇ ନାହାନ୍ତି । ପୋଲିସ ତାଙ୍କୁ ଜେରା କରିବା ପାଇଁ ପଶ୍ଚିମବଙ୍ଗ ଯାଇଥିଲା, ସେଠାରେ ସୌରିନ ନଥିଲେ ପରିବାର ଲୋକଙ୍କୁ ପଚରାଉଚରା କରି ଫେରି ଆସିଛି ପୋଲିସ ।