ବିଚାରପତିଙ୍କ ମୃତ୍ୟୁ ଘଟଣା: ତଦନ୍ତରେ ତତ୍ପରତା ଆଣିବାକୁ ନିର୍ଦ୍ଦେଶ

0

ନୂଆଦିଲ୍ଲୀ:  ବିଚାରପତି ଉତ୍ତର ଆନନ୍ଦଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ  ସବୁ ଦିଗ ପ୍ରତି  ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶୁକ୍ରବାର ମାରାଥନ ବୈଠକ ବସିଥିଲା। ପୋଲିସ ଏଡିଜି ସଂଜୟ ଆନନ୍ଦ ଲଟକାରଙ୍କ ଟିମ୍ ଏସଏସପି ଅଫିସରେ ସକାଳ ୧୦ଟାରୁ ରାତି ୮ଟା ଯାଏଁ ଲଗାତର ଭାବେ ବୈଠକ କରିଥିଲେ ।  ଅଟୋ ଚାଳକ ଲଖନ ବର୍ମା ଓ ରାହୁଲ ବର୍ମାଙ୍କୁ ଅଲଗା ଅଲଗା ଭାବେ ଜାରା କରାଯାଇଥିଲା । ଏସଆଇଟି ସିଆଇଡି ଫରେନ୍ସିକ୍ ଟିମ୍ ସହ ମଧ୍ୟ ବୈଠକ କରିଥିଲା ।

ଘଟଣାସ୍ଥଳ ଓ ଅଟୋରୁ ମିଳିଥିବା କିଛି ସୁରାକ ଆଧାରରେ ଏସଆଇଟି ସମୀକ୍ଷା କରୁଛି । ବିଭିନ୍ନ ମୋବାଇଲ କଲକୁ ମଧ୍ୟ ଯାଞ୍ଚ କରାଯାଉଛି । ଗିରଫ ଅଭିଯୁକ୍ତମାନେ କାହା କାହା ସହ କଥା ହୋଇଥିଲେ ସେମାନଙ୍କୁ ଡାକି ମଧ୍ୟ ପୋଲିସ ପଚରାଉଚରା କରୁଛି । ଏହାସହ ଅଟୋ ପଛରେ ଥିବା କିଛି ବାଇକ ଚାଳକଙ୍କୁ ସିସିଟିଭି ଆଧାରରେ ପୋଲିସ ଚିହ୍ନଟ ମଧ୍ୟ କରିଛି । ଅଟୋ ଡ୍ରାଇଭର ଆମାଘାଟା ନିକଟରେ ଓହ୍ଲାଇଦେଇଥିବା ଯାତ୍ରୀଙ୍କୁ ଜେରା କରାଯାଇଛି । ସେହିପରି ପୋଷ୍ଟମଟର୍ମ ରିପୋର୍ଟର ମଧ୍ୟ ତର୍ଜମା ହେଉଛି । ତେବେ ସବୁ ରିପୋର୍ଟକୁ ଏସଆଇଟି ୭ ଦିନ ମଧ୍ୟରେ କୋର୍ଟଙ୍କୁ ପ୍ରଦାନ କରିବ ।

 ଏଡିଜି କହିଛନ୍ତି ଯେ, ସବୁ ଦିଗରୁ ତଦନ୍ତ ଚାଲିଛି । ୧୧ଟି ଟିମ୍ ଗଠନ କରାଯାଇଛି । ସାକ୍ଷୀଙ୍କୁ ପଚରାଉଚରା କରାଯାଉଛି । ଏହାସହ ଅତିଶୀଘ୍ର ଟିମ୍ ନିଷ୍କର୍ସରେ ପହଁଚିବ । ଶନିବାର ସବୁ ଟିମ୍ ସହ ଏଡିଜି ବୈଠକ କରିବେ । ସବୁ ଟିମକୁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ଅଟୋ ମାଲିକଙ୍କ ରେକର୍ଡ ଯାଞ୍ଚ୍ ହେଉଛି । ଏହାସହ ଅତିଶୀଘ୍ର ଦୋଷୀ ଦଣ୍ଡ ପାଇବ ବୋଲି ସେ କହିଛନ୍ତି ।