ତିନ ତଲାକ: କେନ୍ଦ୍ରକୁ କୋର୍ଟଙ୍କ ଜବାବ ତଲବ

0

(ରିପୋର୍ଟରସ ଟୁଡେ, ଭୁବନେଶ୍ୱର):  ଏପର୍ଯ୍ୟନ୍ତ ସମାଧାନ ହୋଇପାରୁ ନାହିଁ ମୁସଲିମ ମହିଳାଙ୍କର ତିନି ତଲାକ ମାମଲା । ତିନି ତଲାକ ମାତ୍ରାଧିକ ଓ କଠିନ ବୋଲି ଦର୍ଶଇ ଦାଏର କରାଯାଇଥିବା ବହୁ ପିଟିସନର ଯାଂଚ ପାଇଁ ଶୁକ୍ରବାର ରାଜି ହୋଇଛନ୍ତି ସୁପ୍ରିମ କୋର୍ଟ । ମୁସଲିମ ଓମେନ ଆକ୍ଟ ୨୦୧୯ ବିରୋଧରେ କେତେକ ସଙ୍ଗଠନର ପିଟିସନ ଉପରେ କେନ୍ଦ୍ର ସରକାର ଜବାବ ଦିଅନ୍ତୁ ବୋଲି ସୁପ୍ରିମ କୋର୍ଟ କହିଛି । ଏହି ମାମଲାରେ ଆମେ ଯାଂଚ କରିବୁ ବୋଲି ଆବେଦନକାରୀଙ୍କ ବରିଷ୍ଠ ଓକିଲ ସଲମନ ଖୁର୍ଶିଦ ଜଷ୍ଟିସ ଏନଭି ରମନା ଓ ଅଜୟ ରସ୍ତୋଗିଙ୍କ ଗଠିତ ଖଣ୍ଡପୀଠରେ କହିଛନ୍ତି । ୨୦୧୭ ଅଗଷ୍ଟରେ ଶାୟାରା ବାନୋ ମାମଲାରେ ସୁପ୍ରିମ କୋର୍ଟ ତିନ ତଲାକକୁ ଅସାମ୍ବିଧାନିକ ବୋଲି କହିଥିଲେ । ତା ପରେ ଆରମ୍ଭ ହୋଇଛି ଏହି ତିନ ତଲାକକୁ ନେଇ ବିବାଦ ।