(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବିରୋଧ କରାଯାଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଦ୍ୱାରା ଦାଖିଲ ହୋଇଥିବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଆଇଅନଏକସ୍ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିବାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।
ସୁପ୍ରିମ କୋର୍ଟ ଚିଦାମ୍ବରମଙ୍କ ଆବେଦନରେ କୌଣସୀ ଗୁରୁତ୍ୱ ନାହିଁ କହି ଏହାକୁ ଖାରିଜ କରିଛନ୍ତି। କୋର୍ଟ ଆହୁରି କହିଛନ୍ତି, ଅଭିଯୁକ୍ତ ଚିହ୍ନଟ ହୋଇ ସାରିଛନ୍ତି, ତେବେ ଉପଯୁକ୍ତ କୋର୍ଟକୁ ଯିବାକୁ ସୁପ୍ରିମ କୋର୍ଟ ଚିଦାମ୍ବରମଙ୍କୁ କହିଛନ୍ତି । ଜଷ୍ଟିସ ଆର୍ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉପରୋକ୍ତ ଯାଚିକା ସହ ସେହି ଯାଚିକା ଉପରେ ମଧ୍ୟ ଶୁଣାଣି କରିଥିଲେ ଯେଉଁଥିରେ ଚିଦାମ୍ବରମଙ୍କୁ ତଳ କୋର୍ଟ ଗିରଫ ୱାରେଂଟ୍ ଜାରି କରିବା ଓ ସିବିଆଇ ରିମାଣ୍ଡ ନେଇ ଅନୁମତି ଦେଇଥିଲେ ।