୧୧ ଦଫା ଦାବି ନେଇ ରାଜରାସ୍ତାରେ ଅନୁସୂଚିତ ଜାତି ଓ ଜନଜାତି

0

(ହରପ୍ରସାଦ ବିଶୋଇ/ ରିପୋର୍ଟସ ଟୁଡ଼େ ) : ଆଜି ଭୁବନେଶ୍ୱର ସ୍ଥିତ ଲୋୟର ପିଏମ୍ଜି ଠାରେ ରାଜ୍ୟ ସ୍ତରୀୟ ଅନୂସଚିତ ଜାତି ଓ ଜନଜାତିର ସ୍ୱାଭିମାନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଆର୍ଥିକ ଅସମତା, ଚରମ ସୀମାରେ ଅନୁସଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ବଢିଚାଲିଥିବା ବେଳେ ସମାଜ ଚୁପ ବସିବ ନାହିଁ । ଏହା ସଂଗଠିତ ହେବ ଓ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଘ କହିଛି ।