ରାଇରଙ୍ଗପୁର/ସତ୍ୟ ନାରାୟଣ ପାଲ: ପୁଣିଥରେ ରାଇରଙ୍ଗପୁର ଆଖପାଖ ଅଞ୍ଚଳରେ ମାରାତ୍ମକ ଚର୍ମଗଣ୍ଡି ସଂକ୍ରମିତ ରୋଗ ପୁଣି ଥରେ ଦେଖାଦେଲାଣି । ଗତବର୍ଷ ଏହି ଚର୍ମଗଣ୍ଡି ସଂକ୍ରମିତ ରୋଗ ଯୋଗୁଁ ବହୁ ଗୋସଂପଦ ନଷ୍ଟ ହୋଇ ଯାଇଥିଲା ।କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା କରିବା ସହ ସାପ୍ତାହିକ ଗୋରୁହାଟ ଏବଂ ଗୋଚାଲାଣ ଉପରେ ରୋକ ଲଗାଇଥିଲେ । ସୂଚନାଯୋଗ୍ୟ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅନ୍ତର୍ଗତ ହଳଦା ପଞ୍ଚାୟତର ବଡବାଇକଳା ଗ୍ରାମର ବିଶିଷ୍ଟ ଗୋପାଳକ ଶିବ ପ୍ରସାଦ ମହାନ୍ତଙ୍କ ଘରେ ଥିବା ବଳଦ ଚର୍ମଗଣ୍ଡି ( ଲମ୍ପି ସ୍କ୍ରିନ ଡିଜିଜ) ରୋଗରେ ସଂକ୍ରମିତ ହୋଇଛନ୍ତି । ଏହାକୁ ରାଇରଙ୍ଗପୁର ବ୍ଳକ ପ୍ରାଣୀ ଚିକିତ୍ସକ ଜାଣି ମଧ୍ୟ ତାଙ୍କ ଘରକୁ ଯାଇ ନ ଥିଲେ ।ଖବର ପାଇ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରାମମୋହନ ରାୟ ତୁରନ୍ତ ଶିବ ପ୍ରସାଦ ମହାନ୍ତଙ୍କ ଘରେ ପହଞ୍ଚି ସଂକ୍ରମିତ ଗୋରୁର ଆଶୁ ଚିକିତ୍ସା କରିଥିଲେ । ଆବଶ୍ୟକୀୟ ଔଷଧ ଓ ଇଞ୍ଜେକସନ ଦେବାସହ ସତର୍କ ହେବା ପାଇଁ କହିଥିଲେ ।ତଦସହ ସଂକ୍ରମିତ ଗୋରୁର ଵ୍ଳଡ,ସିରମ ଏବଂ ସ୍କ୍ରାମ୍ପିଂ ଆଣି ତାକୁ ପରୀକ୍ଷା ଗାରକୁ ପଠାଇଛନ୍ତି । ରାଇରଙ୍ଗପୁରରେ ଚର୍ମଗଣ୍ଡି ସଂକ୍ରମିତ ରୋଗ ନେଇ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ୍କୁ ଲିଖିତ ଭାବେ ଜଣାଇଛନ୍ତି ।ତଦସହ ରାଇରଙ୍ଗପୁର ଉପଖଣ୍ଡ ର ସମସ୍ତ ପ୍ରାଣୀ ଚିକିତ୍ସାଧିକାରୀ,ଲାଇଭ ଇନ୍ସପେକ୍ଟର,ପଶୁମିତ୍ରଙ୍କୁ ବିଭିନ୍ନ ଅଂଚଳରେ ଗୋରୁ ଗାଈ ଏବଂ ଚାଷୀ ଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ମାରାତ୍ମକ ରୋଗ ଯେଭଳି ଆଗକୁ ବ୍ୟାପି ନ ଯାଏ ।ସେଥିପ୍ରତି ସତର୍କ ହେବା ପାଇଁ କହିଛନ୍ତି ।ଆସନ୍ତା ସୋମଵାର ଦିନ ଉପଖଣ୍ଡ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ ଚର୍ମଗଣ୍ଡି ରୋଗ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।