ବିଷମ କଟକ /ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ସଦରରେ ଆଜି ମିଶନ ଶକ୍ତି ଗୃହ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି, ଜନଜାତି, ପଛୁଆବର୍ଗ ଉନ୍ନୟନ ବିଭାଗ ତଥା ଆଇନ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧର କୁମାର ଦାଶ, ରାୟଗଡ଼ା ଜିଲ୍ଲା ପରିଷଦ ଅଧକ୍ଷ୍ୟା ସରସ୍ଵତୀ ମାଝି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ରାୟଗଡା ଜିଲ୍ଲା ଅଧ୍ୟକ୍ଷ ଅନୁସାୟା ମାଝି, ବ୍ଲକ ଅଧ୍ୟକ୍ଷ ଯଶୋଦା ହୁଇକା, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ବିଷମକଟକ ସରପଞ୍ଚ ନମିତା କୁଲସିକା, ପ୍ରକଳ୍ପ ପ୍ରଶାସକ ନିହାର ରଞ୍ଜନ କହଁର, ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକ ଯୋଗ ଦେଇ ଥିଲେ । ଏହି ମିଶନ ଶକ୍ତି ଗୃହରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ଏକ ଲୁଗା ଦୋକାନ କରାଯାଇଥିବା ବେଳେ ଏହି ଦୋକାନକୁ ନିମନ୍ତ୍ରିତ ଅତିଥିମାନେ ବୁଲି ଦେଖିଥିଲେ। ଏହା ପରେ ଚାଞ୍ଚଡାଗୁଡା ଠାରେ ନିର୍ମିତ ବହୁମୁଖୁ ପ୍ରକ୍ରିୟା କରଣ କେନ୍ଦ୍ରର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏଠାରେ ସିଲେଇ କେନ୍ଦ୍ର ଏବଂ ବିଭିନ୍ନ ପ୍ରକାରର ମସଲା ଉତ୍ପାଦ କେନ୍ଦ୍ରର ମଧ୍ୟ ଉଦ୍ଘାଟନ ହୋଇଥିଲା। ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତି କରଣ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସାରକା।