ବେଆଇନ ଭାବେ ଚାଲିଛି କେରଳା ପବ୍ଲିକୀ ସ୍କୁଲ

0

(ସତ୍ୟ ନାରାୟଣ ପାଲ / ରଇଙ୍ଗପୁର ) : ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଅସନବଣି ଠାରେ ଏକ ବେସରକାରୀ କେରଳା ପବ୍ଲିକୀ ସ୍କୁଲ-୨୦୦୨ମସିହାରେ ଆରମ୍ଭ ହୋଇଥିଲା।କିନ୍ତୁ କେରଳା ପବ୍ଲିକୀ ସ୍କୁଲର ପ୍ରିନ୍ସପାଲ ଶ୍ରୀମତୀ ଗୀତାଞ୍ଜଳି ତିରିପାଠୀ ଙ୍କ ର ଖାମ ଖିଆଲି ମନଭବ ଯୋଗୁଁ ଆଜି ପର୍ୟ୍ୟନ୍ତ କେରଳା ପବ୍ଲିକୀ ସ୍କୁଲ ପଞ୍ଜିକରଣ କରିପାରିଲେ ନାହିଁ।ବର୍ତ୍ତମାନର ବିଜାତଳା ବ୍ଲକ ର ବିଓ ଶ୍ରୀ ନେପାଲ ମୁଣ୍ଡା ଙ୍କ କହିବା ଅନୁସାରେ-୨୦୧୫ ମସିହାରୁ୨୦୧୯ପର୍ୟ୍ୟନ୍ତ ବିନା ପଞ୍ଜିକରଣ କେରଳା ପବ୍ଲିକୀ ସ୍କୁଲ ଚାଲିଛି।ବିଜାତଳା ବ୍ଲକ ର ବିଓ ଙ୍କ କହିବା ଅନୁସାରେ କେରଳା ପବ୍ଲିକୀ ସ୍କୁଲର ପ୍ରିନ୍ସପାଲ କୁ ବାରମ୍ବାର କହିବା ସତ୍ୱେ ମଧ୍ୟ ଆଜି ପର୍ୟ୍ୟନ୍ତ ବିନା ପଞ୍ଜିକରଣ ରେ ସ୍କୁଲ ଚଳାଇଛନ୍ତି।ପଞ୍ଜିକରଣ ନ ଥିବାରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କୁ ନେଇ କେରଳା ପବ୍ଲିକୀ ସ୍କୁଲର ପ୍ରିନ୍ସପାଲ ଶ୍ରୀମତୀ ଗୀତାଞ୍ଜଳି ତିରିପାଠୀ ଖେଳ ଖେଳୁଛନ୍ତି।ଯାହାଫଳରେ କେରଳା ପବ୍ଲିକୀ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀମାନେ ନବୋଦୟ, ଆଦର୍ଶବିଦ୍ୟାଳୟଭଳି ସରକାରୀ ବିଦ୍ୟାଳୟଗୁଡିକରେ ପାଠପଢିବାରୁ ବଞ୍ଚିତ ହଉଛନ୍ତି।ଏମିତିକି ମୟୁରଭଞ୍ଜ ଜିଲ୍ଲାରେ ଯେତେସବୁ ବେସରକାରୀ ସ୍କୁଲ ଅଛି।ସବୁ ସ୍କୁଲ ରୁ କେରଳା ପବ୍ଲିକୀ ସ୍କୁଲର ସ୍କୁଲ ଫି ମଧ୍ୟ ଅଧିକ ନିଆଯାଉଛି।ସବୁ ବର୍ଷ ପରି ଏ ବର୍ଷ ମଧ୍ୟ କେରଳା ପବ୍ଲିକୀ ସ୍କୁଲର ଛାତ୍ରଛାତ୍ରୀ ମାନେ ଅନ୍ୟ କୌଣସି ସରକାରୀ ସ୍କୁଲରେ ଶିକ୍ଷାଲାଭ କରିବାରୁ ବଞ୍ଚିତ ହୋଇଥିଲେ। କେରଳା ପବ୍ଲିକୀ ସ୍କୁଲର ପ୍ରିନ୍ସପାଲ ଙ୍କୁ ପଞ୍ଜିକରଣ କଣ ପାଇଁ ଆପଣ କରିନାହାନ୍ତି ବୋଲି ପଚାରିବାରୁ ସିଏ ଆମ ଜିଲ୍ଲା ସାମ୍ବାଦିକ ଙ୍କୁ ମୁଁ ଏ ବିଷୟରେ କିଛି କହିପାରିବିନାହିଁ ବୋଲି କହିଥିଲେ। କେରଳା ପବ୍ଲିକୀ ସ୍କୁଲର ପଞ୍ଜିକରଣ ନ ଥିବାରୁ ଛାତ୍ରଛାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯଥା ଶୀଘ୍ର ଗଣ ଶିକ୍ଷା ବିଭାଗ କେରଳା ପବ୍ଲିକୀ ସ୍କୁଲର ପ୍ରିନ୍ସପାଲ ଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ଛାତ୍ରଛାତ୍ରୀମାନେ ଉପକୂତ ହେବେ।
ଜିଲ୍ଲା ପ୍ରଶାସନ ଜାଣି ଶୁଣି କେରଳା ପବ୍ଲିକୀ ର ପ୍ରିନ୍ସପାଲ ଙ୍କ ବିରୁଦ୍ଧରେ କିଛି କାର୍ୟ୍ୟଅନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।