(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ରାଜ୍ୟର ସରକାରୀ ସ୍କୁଲର ସ୍ଥିତି ଏମିତି । କେଉଁଠି ସ୍କୁଲରେ ବିଜୁଳି ବ୍ୟବସ୍ଥା ନାହିଁ ତ ପୁଣି କେଉଁଠି କଳାପଟା ନାହିଁ । ଯାହା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ରାଜ୍ୟରେ ଥିବା ସ୍କୁଲ ଗୁଡିକର ସ୍ଥିତି କେମିତି ରହିଛି ତାହାର ସମସ୍ତ ତଥ୍ୟ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ପାଇଛି । ଯଦି ଅରବିନ୍ଦ ଓ ସରସ୍ୱତୀ ଶିଶୁ ମନ୍ଦିର ନଥାନ୍ତା ତେବେ ଏଠାରେ ଶିକ୍ଷା ବ୍ୟବସ୍ଥା ଲୋପ ପାଇଥାନ୍ତା ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।