ହିଞ୍ଜିଳି/ରଜନୀକାନ୍ତ ପାତ୍ର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୁଖ୍ୟ ଆଭିମୁଖ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଞ୍ଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ଅବଶିଷ୍ଟ ୨୩ଟି ଉଚ୍ଚ ବିଦ୍ୟାଳୟକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଶେଷ ଉଦ୍ୟମ ଜାରି ରହିଛି । ଚଳିତ ୧୫ ତାରିଖ ସୁଦ୍ଧା ୫ଟି ପଦ୍ଧତିରେ ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚବିଦ୍ୟାଳୟର ଆବଶ୍ୟକ ଭିତିଭୂମି ସହ ରୂପାନ୍ତକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତ୍ତିକେୟାନ ପାଣ୍ଡିୟାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଏପ୍ରିଲ ୨୧ରେ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକର ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ସ୍ଥାନୀୟ ବ୍ଳକ ସାରୁ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ ବ୍ୟବସ୍ଥା ସମ୍ପର୍କରେ ପରିଦର୍ଶନରେ ଆସିଥିଲେ । କୋଭିଡ଼ କଟକଣା ଯୋଗୁଁ ୩ମାସ ବିରତି ପରେ ଉଦଘାଟନ ପୁର୍ବରୁ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକର ସମସ୍ତ ବିଡ଼ିଓ ସେମାବାର ଅପରାହ୍ନରେ ସଂପୃକ୍ତ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟର ଅନ୍ତିମ ପର୍ୟ୍ୟାୟର ବିଶ୍ଳେଷଣ ଓ ନିରୀକ୍ଷଣ କରିଥିଲେ । ଆସନ୍ତା ଆସନ୍ତା ୧୭ ତାରିଖରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ହିଞ୍ଜିଳି ବ୍ଳକର ୨୫ଟି ଓ ଶେରଗଡ଼ ବ୍ଳକର ୨୭ଟି ରୂପାନ୍ତକରଣ ଉଚ୍ଚ ବିଦ୍ୟାଳୟର ଉଦଘାଟନ କାର୍ୟ୍ୟକ୍ରମ ସ୍ଥିରିକୃତ ହୋଇଛି । ପ୍ରଥମ ଦିବସରେ ସ୍ଥାନୀୟ ବ୍ଳକର ସାରୁ ଉଚ୍ଚ ବିଦ୍ୟାଳୟରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତରେ ସାରୁ ଉଚ୍ଚ ବିଦ୍ୟାଳୟ, ମିଶନ ଶକ୍କତି ଗୃହ, ଗ୍ରାମୀଣ ପାଠାଗାର, ପିଇଓ ଆବାସ ଗୃହ ଉନ୍ନୟନ ପ୍ରକଳ୍ପକୁ ଶୁଭ ଉଦଘାଟନ କରାଯିବାର କାର୍ୟ୍ୟକ୍ରମ ସ୍ଥିରିକୃତ ହୋଇଛି ।
ଏଥି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ କ୍ରୀଷ୍ଣା, ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଯୁଗ୍ମ ଉପସଚିବ ଶୁଭ୍ରାଂଶୁ ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରୟ ଭାଉ ସାହେବ ପ୍ରମୁଖ ଉଭୟ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ସମ୍ପୁର୍ଣ୍ଣ ପ୍ରସ୍ତୁତି ନେଇ ବାରମ୍ବାର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ୟ୍ୟ ସମାପ୍ତ ସକାଶେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ କୁଲାଙ୍ଗେଙ୍କ ଗସ୍ତ ସମୟରେ ଆଇଏଏସ ପ୍ରେବେସନ ଅଧିକାରୀ ମିସ୍ ମଧୁମିତା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ପିଇଓ ଏସ ରାଜେଶ , କନିଷ୍ଠ ଯନ୍ତ୍ରୀ ଜାନକି ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର, ସରଂପଚ ରମା ଦାସ, ସମିତିସଭ୍ୟ ରାମଚନ୍ଦ୍ର ସାହୁଙ୍କ ସମେତ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।