ଡିଭାଇଡରରେ  ପିଟି ହେଲା ସ୍କୁଲ ବସ୍: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

0

ରାଉରକେଲା : ଡିଭାଇଡରରେ  ପିଟି ହେଲା ସ୍କୁଲ ବସ୍ । ଅଳ୍ପକେ ବର୍ତ୍ତି ଗଲେ ୫୦ ଛାତ୍ରଛାତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସେକ୍ଟର-୩ ଥାନା ରାଉରକେଲା ହାଉସ୍  ଛକ ନିକଟରେ  । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ରାଉରକେଲା ଡିପିଏସ ବସ୍ ୩୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା । ଏହି ସମୟରେ ଏକ କାର୍ ହାଉସ୍ ଲିଙ୍ଗ ରୋଡ୍ ନିକଟରେ ସ୍କୁଲ ବସ୍‌କୁ ଓଭରକେଟ୍ କରିବାକୁ ଚେଷ୍ଟା କରିଥିଲା । ଫଳରେ ଛୋଟ ଗାଡ଼ିକୁ ରାସ୍ତା ଦେବାକୁ ଯାଇଛି ବସ୍‌ଟି ଡିଭାଡରରେ ଚଢ଼ିଯାଇଥିଲା । ମାତ୍ର ଡ୍ରାଇଭରଙ୍କ ବୁଦ୍ଧମତା ଯୋଗୁ ଏକ ବଡ଼ ଦୁର୍ଘଟଣାରୁ ଛାତ୍ରଛାତ୍ରୀମନେ ବର୍ତ୍ତି ଯାଇଛନ୍ତି । ଅନ୍ୟପଟେ କାର୍‌ ଚାଳକ ଫେରାର୍ ହୋଇଯାଇଛି । କର୍‌ରେ ଥିବା ଅନ୍ୟଜଣେ ବ୍ୟକ୍ତିକୁ ଅଟକ କଥି ରାଉରକେଲା ସେକ୍ଟର-୧୯ ପୋଲିସ ପଚରା ଉଚରା କରୁଛି ।…