(ଶିଳାସ୍ମିତା ରାୟ)ଭୁବନେଶ୍ୱର: ଉତ୍ତରାଖଣ୍ଡର ଟିହରୀ ଜିଲ୍ଲା ପ୍ରତାପନଗର କଙ୍ଗସାଲି ମଦନନେଗି ମୋଟର ମାର୍ଗ ଠାରେ ଏକ ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ ହେବାରୁ ୯ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇ ଚିକିତ୍ସିତ ଅଛନ୍ତି । ଆଜି ସକାଳୁ ଭ୍ୟାନଟି ସ୍କୁଲ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।
ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଭ୍ୟାନଟି ୧୭ ଜଣ ପିଲାଙ୍କୁ ନେଇ ସ୍କୁଲ ଯାଉଥିବା ସମୟରେ ଡ୍ରାଇଭର ଗାଡି ଉପରୁ ଭାରସାମ୍ୟ ହରାଇ ବସିଥିଲା, ଫଳରେ ଏହି ଦୁର୍ଘଟଣା ଘଟିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଖବର ପାଇ ପୋଲିସ ଏବଂ ପ୍ରଶାସନ ଘଟଣା ସ୍ଥଳରେ ପହଁଚି ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୭ ଜଣଙ୍କର ଚିକିତ୍ସା ସମୟରେ ହିଁ ମୃତ୍ୟୁ ହୋଇଛି ।