ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନ ସହାୟତା ରାଶି ୧ ଟଙ୍କା ବୃଦ୍ଧି ହେବ। ପ୍ରତ୍ୟେକ ମିଲ ପିଛା ଦାମକୁ ଟଙ୍କାଏ ବଢ଼େଇଦିଆଯିବ। ଏନେଇ ସବିଶେଷ ସୂଚନା ଦେଇଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସୂଚନା ଅନୁଯାୟୀ, ଦରଦାମ ବୃଦ୍ଧି ହେଉଛି ମିଡ଼ ଡେ ମିଲ ପିଛା ଟଙ୍କାଏ ବୃଦ୍ଧି କରିବାର ପ୍ରକୃତ କାରଣ। ଏବଂ ଏନେଇ ଖୁବ ଶୀଘ୍ର ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଦୀର୍ଘ ଦିନ ଧରି ମିଡ଼ ଡେ ମିଲ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । ମଧ୍ୟାହ୍ନ ଭୋଜନରେ କମ ପଇସା ମିଳୁଥିବାରୁ ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ହେଲେ ପରିଶେଷରେ ଏହି ସହାୟତା ରାଶିର ପରିମାଣ ରାଜ୍ୟ ସରକାର ବୃଦ୍ଧି କରିବାକୁ ଯାଉଛନ୍ତି ।