ଆଜିଠୁ ୧୬ଯାଏଁ ସ୍କୁଲ ଛୁଟି, କଲେଜ ପିଲାଙ୍କ ପାଇଁ କେବେ ?

0

ଭୁବନେଶ୍ୱର:ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିରୁ ୧୬ ଯାଏ ବନ୍ଧ ରହିବ ସମସ୍ତ ସ୍କୁଲ । ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ହେଉଛି। ଉତ୍ତର-ପଶ୍ଚିମ-ପଶ୍ଚିମରୁ ପ୍ରବାହିତ ତତଲା ବାୟୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହେବ। ଫଳରେ ଦିନର ତାପମାତ୍ରା ସ୍ୱଭାବିକଠାରୁ ୩ରୁ ୪ ଡିଗ୍ରୀ ବଢ଼ିବ। ବିଶେଷକରି ଆଭ୍ୟନ୍ତରିତ ଓଡ଼ିଶାରେ ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତି ଅନୁଭୂତ ହେବ। ଏହାର ଅର୍ଥ ଦିନର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ୩ରୁ ୫ ଡିଗ୍ରୀ ରେକର୍ଡ ହୋଇପାରେ
ଆଜିରୁ ୧୬ ତାରିଖ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ କଳେଝ ପିଲାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ୧୬ ତାରିଖ ପର୍ୟ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ ଶ୍ରେଣୀ ପର୍ୟ୍ୟନ୍ତ କ୍ଲାସ ବନ୍ଦ ରହିବ । ହେଲେ ଖୋଲା ରହିଛି କଲେଜ । ପ୍ରଚଣ୍ଡ ତାତି ହେଉଥିଲେ ମଧ୍ୟ କଲେଜକୁ ପିଲା କିପରି ଯିବେ ବୋଲି ପ୍ରଶ୍ନ ଉଠିଛି । ତୁରନ୍ତ କଲେଜ ବନ୍ଦ କରିବାକୁ ଦାବି ଉଠିଲାଣି । ଅନେକ ଛାତ୍ରଛାତ୍ରୀ ବହୁ ଦୂରଦୂରାନ୍ତରୁ ସାଇକେଲରେ କଲେଜ ଆସିଥାନ୍ତି । ଖରାରେ ଅଂଶୁଘାତ ହେବାର ସମ୍ଭାବନା ରହିଛି । ନହେଲେ ଅନଲାଇନ୍ କ୍ଲାସ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।