ନିମ୍ନ ମାନର ଖାଇବା ଦିଆଯାଉଥିବାରୁ ରାସ୍ତା ଅବରୋଧ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ସରକାର ଆଦିବାସୀ ଅଧ୍ୟୁଷିତ ଅଂଚଳର ପିଲାଙ୍କ ପାଇଁ ବହୁ ଉପାୟ ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସରକାର ଖର୍ଚ୍ଚ କରୁଥିବା ସବୁ ଟଙ୍କା ଉପଯୁକ୍ତ ଭାବରେ ସେମାନଙ୍କ ପାଖରେ ପହଂଚି ପାରୁଛି କି ନାହିଁ ତାହାର ତଦାରଖ କରିବା ମଧ୍ୟ ଆବଶ୍ୟକ ପଡୁଛି । କାରଣ ବହୁ ଜାଗାରେ ଦେଖା ଯାଇଛି ବହୁ ସୁବିଧା ଆବଶ୍ୟକ ଲୋକଙ୍କ ପାଖରେ ପହଂଚି ପାରୁ ନଥିବା ଦେଖିବାକୁ ମିଳୁଛି । ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ମାଲକାନଗିରି ନାୟକଗୁଡା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ପିଲାମାନେ ୩୨୬ ନମ୍ବର ଜାତୀୟ ରାଜପଥର ଅବରୋଧ କରିଛନ୍ତି । ନାୟକଗୁଡା ହାଇସ୍କୁଲର ହଷ୍ଟେଲ ରହୁଥିବା ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଜେନେରେଟରଟି ୧୫ ଦିନ ହେବ ଖରାପ ହୋଇଛି । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏହାସହ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ମଧ୍ୟ ଦିଆଯାଉଛି । ଶେଷରେ କେହି ନଶୁଣିବାରୁ ନିରାଶ ହୋଇ ଛାତ୍ରଛାତ୍ରୀମାନେ ଆଜି ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଖବର ପାଇ ବିଡିଓ ଆଶିଷ କୁମାର ଭୋଇ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ମାତ୍ର ପିଲାମାନେ ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି।ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ। ସ୍କୁଲରେ ନିମ୍ନମାନର ଖାଦ୍ୟ ଦିଆଯାଉ ନାହିଁ। ଜେନେରେଟରଟି ଖରାପ ହୋଇଥିବାରୁ ସଜାଡିବାକୁ ଦିଆଯାଇଛି ବୋଲି ପ୍ରଧାନଶିକ୍ଷକ କହିଛନ୍ତି।