ସ୍କୁଲ ଭ୍ୟାନ ଏବଂ ଡମ୍ପର ମୁହାଁମୁହିଁ ଧକ୍କା : ଡ୍ରାଇଭରଙ୍କ ସମେତ ୬ ପିଲାଙ୍କ ଗଲା ଜୀବନ

0

ନୂଆଦିଲ୍ଲୀ:  ସ୍କୁଲ ଭ୍ୟାନ ଏବଂ ଡମ୍ପର ମୁହାଁମୁହିଁ ଧକ୍କା  । ଏଭଳି ଅଭାବନିୟ ଘଟଣା ଘଟିଛି ପଞ୍ଜାବର ପଟିୟାଲାରେ  ।  ଏହି ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଥିବା ବେଳେ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ସୂଚନା ମୁତାବକ, ସମାନା-ପଟିୟାଲା ରୋଡ ଟୋଲ ପ୍ଲାଜା ନିକଟରେ ସ୍କୁଲ ବସ୍ ଏବଂ ବାଲି ଭର୍ତ୍ତି ଡମ୍ଫର ଧକ୍କା ହୋଇଥିଲା । ପଟିୟାଲା  ଭୂପିନ୍ଦ୍ରା ପବ୍ଲିକ ସ୍କୁଲର ରହିଥିଲେ । ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଯାଇଥିବା ବେଳେ ଭ୍ୟାନ୍ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପିଲାମାନେ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଜୋରଦାର ଧକ୍କାରେ ଭ୍ୟାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେଣୁ ଭିତରୁ ପିଲାଙ୍କୁ କାଢିବା ପାଇଁ କ୍ରେନର ସହାୟତା ନିଆଯାଇଥିଲା ।