ଜାନୁଆରୀରେ ଖୋଲିପାରେ ସ୍କୁଲ ,କଲେଜ

0

ଭୁୁବନେଶ୍ୱର – କରୋନା ମହାମାରୀ ପାଇଁ ଦୀର୍ଘଦିନଧରି ସ୍କୁଲ କଲେଜ ବନ୍ଦ ରହିଥିବାବେଳେ ଡିସେମ୍ବର ମାସରେ ଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ସ୍ୱତନ୍ତ୍ରରିଲିଫ କମିଶନର ସଙ୍କେତ ଦେଇଥିଲେ ।କିନ୍ତୁ କରୋନା ସ୍ଥିତି ସୁଧୁରି ନଥିବାରୁ ନୂଆ ବର୍ଷରେ ଅର୍ଥାତ୍ ଜାନୁଆରୀ ମାସରେ ସ୍କୁଲକଲେଜ ଖୋଲିବା ସମ୍ଭାବନା ରହିଛି । ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଗଣଶିକ୍ଷାମନ୍ତ୍ରୀଙ୍କ କହିବାଅନୁଯାୟୀ ,ଡିସେମ୍ବରରେ ସ୍କୁଲ ଖୋଲିହେବ ବୋଲି ଏସଆରସି କହିଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲାଯିବା ସମ୍ଭବ ନୁହେଁ। ସମ୍ଭବତଃ ଜାନୁୟାରୀରୁ ସ୍କୁଲ ଖୋଲିବ। ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦେବୁ ବୋଲି ସେ କହିଛନ୍ତି।
ଯଦି ଜାନୁୟାରୀରୁ ସ୍କୁଲ ଖୋଲାଯାଏ, ତେବେ ଛୁଟି ଦିନରେ ବି କ୍ଲାସ୍ ଚାଲିବ। କେବଳ ପର୍ବପର୍ବାଣୀ ଛୁଟିକୁ ଛାଡ଼ି ଅନ୍ୟ ଛୁଟି ଦିବସଗୁଡ଼ିକରେ କ୍ଲାସ କରାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭୂତାଣୁ ବ୍ୟାପିବା ପରେ ଗତ ମାର୍ଚ୍ଚ ମାସରୁ ଲକ୍ଡାଉନ ଲାଗୁ କରାଯାଇଥିଲା। ସେବେଠାରୁ ସ୍କୁଲ, କଲେଜଗୁଡ଼ିକ ବନ୍ଦ ରହିଛି। ଅନ୍ଲାଇନ ଜରିଆରେ ପିଲାଙ୍କ ପାଠପଢ଼ା ଚାଲିଛି।

Edit by sanjulata sahoo