(ମମତା ସାମଲ)ରିପୋର୍ଟସଟୁଡେ: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେଇଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ଆଜି ଗଞ୍ଜାମ ଜିଲ୍ଲାପାଳ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।
ମୈାସୁମୀ ଓ ଲଘୁଚାପ ପ୍ରଭାବରେ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଥିଲା । ପୁଣି ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଡିପ ଡିପ୍ରେସନର ହେବା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ପ୍ରବଳ ବର୍ଷା ଲାଗି ରହିବ । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଅଧିକ ରହିଛି । ଫଳରେ ରାସ୍ତାରେ ପାଣି ଜମି ଯାଉଥିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହେଉଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।