ଭୁବନେଶ୍ୱର: ଆଜିଠୁ ଆଉ ତିନିଟି ଜିଲ୍ଲାରେ ଖୋଲିଲା ସ୍କୁଲ । ଦୀର୍ଘ ଦିନ ପରେ ଖୋଲିଛି ସ୍କୁଲ । ଗତ କାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲା ହୋଇଥିବା ବେଳେ ଆଜି ସମ୍ବଲପୁର, ଝାରସୁଗୁଡା ଓ ବଲାଙ୍ଗୀରରେ ଖୋଲିଛି ସ୍କୁଲ । ଏସବୁ ଜିଲ୍ଲାରେ ୨୪ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ । ସକାଳ ୬.୩୦ରୁ ୧୦ ପର୍ଯ୍ୟନ୍ତ ପାଠପଢା ହେଉଛି । ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ଚାଲିବ ବିଦ୍ୟାଳୟ । ସେହିପରି ଆସନ୍ତାକାଲି , ସୁନ୍ଦରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଜୁନ୍ ୧୯ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା।