(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଧାନକେରା ନବଜ୍ୟୋତି ବିଦ୍ୟାମନ୍ଦିର ପରିସରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ବିଜ୍ଞାନ ମେଳାରେ ବରିଷ୍ଠ ବିଭାଗରେ ୨୫ଟି ଓ କନିଷ୍ଠ ବିଭାଗରେ ୨୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଗୁଣନିଧି ସ୍ୱାଇଁ, ବାଳକୃଷ୍ଣ ପ୍ରଧାନ, ଲକ୍ଷ୍ମୀକାନ୍ତ ନାୟକ, ବୀରବର ପ୍ରଧାନ, ପ୍ରସନ୍ନ ଜେନା ବିଚାରକ ମଣ୍ଡଳୀ ଭାବରେ ରହିଥିଲେ । ବରିଷ୍ଠ ବିଭାଗରେ ସୁଶ୍ରୀ ପ୍ରଜ୍ଞା ପ୍ରାରମ୍ବିକା ବିଶ୍ୱାଳ ୧ମ , ସୁଜିତ କୁମାର ପ୍ରଧାନ ୨ୟ ଓ ଆଶିଷ କୁମାର ମଲ୍ଲିକ ୩ୟ ସ୍ଥାନ ହାସଲ କରିଛନ୍ତି । ସେହିପରି କନିଷ୍ଠ ବିଭାଗରେ ପ୍ରିୟ ଦର୍ଶିନୀ ପ୍ରଧାନ ୧ମ, ୨ୟ ଶୃତି ସିମୀପିଳା ପ୍ରଧାନ , ୩ୟ ସ୍ଥାନରେ ପୁଣ୍ୟଶ୍ୱତା ରହିଛନ୍ତି । ଅତିଥିମାନେ ପିଲାମାନଙ୍କୁ ପୁରଷ୍କୃତ କରିଥିଲେ । ଉଦଯାପନୀ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ସ୍ୱାଇଁ ସଭାପତିତ୍ୱ କରିଥିଲେ । ଆଖ ପାଖ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେଏହି ବିଜ୍ଞାନ ମେଳା ବୁଲିବା ସହ ଗଣିତ ଖେଳ, ସାଧାରଣଜ୍ଞାନ ଖେଳ ଖେଳି ବିଜେତା ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ପରିଶେଷରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ଓ ଅଭିଭାବକ ମାନଙ୍କୁ ଆଶ୍ରମରେ ଥିବା ଠାକୁରଙ୍କ ପ୍ରସାଦ ବିତରଣ କରାଯାଇଥିଲା ।