ଆଜି ପ୍ରକାଶ ପାଇବ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦ (ସିଏଚ୍‌ଏସ୍‌ଇ)ର +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ଆଜି (ଶନିବାର) ସନ୍ଧ୍ୟାରେ ପ୍ରକାଶ ପାଇବ ।

0

(ଭୁବନେଶ୍ୱର) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ଆଜି (ଶନିବାର) ସନ୍ଧ୍ୟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀ www.orissaresults.nic.inରୁ ନିଜର ପରୀକ୍ଷା ଫଳ ଜାଣି ପାରିବେ । ଏହା ସହ କଲେଜରେ ମଧ୍ୟ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଏନେଇ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ତେବେ ପରୀକ୍ଷା ଫଳ ନିର୍ଦ୍ଦିଷ୍ଟ କେଉଁ ସମୟରେ ପ୍ରକାଶ ପାଇବ ତାହାକୁ ଶନିବାର ଦିନ ଅପରାହ୍ଣ ୨ଟାରେ ପରିଷଦ କର୍ତ୍ତୃପକ୍ଷ ଜଣାଇବେ । କେବଳ ୱେବ୍‌ସାଇଟ୍‌ ଓ କଲେଜ ଜରିଆରେ ହିଁ ଛାତ୍ରଛାତ୍ରୀ ନିଜର ଫଳ ଜାଣି ପାରିବେ । ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା କଳା ଓ ଧନ୍ଦାମୂଳକ ଶିକ୍ଷାର ୨ ଲକ୍ଷ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ ।