ବୋଲେରୋ ଧକ୍କା ରେ ସ୍କୁଟି ଆରୋହୀ ଙ୍କ ମୃତ୍ୟୁ

ଧକ୍କା ରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଟି ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ମୋବାଇଲ ମେଡିକାଲ ଟିମ ର ବୋଲି ଜଣାଅଡ଼ିଥିବା ବେଳେ ମୃତ ସ୍କୁଟି ଆରୋହୀ ଜଣକ ଫିରିଙ୍ଗିଆ ବ୍ଲକ ପଳାବୃଡି ପଂଚାୟତ ଅନ୍ତର୍ଗତ

0

କନ୍ଧମାଳ :କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଶ୍ରୀଗୁଣୀ ଗାଁ ନିକଟରେ ମଙ୍ଗଳବାର ଏକ ବୋଲେରୋ ଧକ୍କା ରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଟି ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ମୋବାଇଲ ମେଡିକାଲ ଟିମ ର ବୋଲି ଜଣାଅଡ଼ିଥିବା ବେଳେ ମୃତ ସ୍କୁଟି ଆରୋହୀ ଜଣକ ଫିରିଙ୍ଗିଆ ବ୍ଲକ ପଳାବୃଡି ପଂଚାୟତ ଅନ୍ତର୍ଗତ ଶ୍ରୀଗୁଣୀ ଗାଁ ର ପ୍ରଫୁଲ୍ଲ ପଣ୍ଡା ଙ୍କ ପୁଅ ମନୋଜ ପଣ୍ଡା (୩୧) ବୋଲି ଜଣା ପଡିଛି ଅନ୍ୟପଟେ ମୃତ ସ୍କୁଟି ଆରୋହୀ ଜଣକ ନିଜ ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳରେ ବୋଲି ଜନପଡ଼ିଥିବା ବେଳେ ସେ ଶ୍ରୀଗୁଣୀ ଗାଁ ରେ ଦୀର୍ଘ ୩୦ ବର୍ଷ ରୁ ଅଧିକ ସମୟ ଧରି ଏକ ଦୋକାନ କାରି ବ୍ୟବସାୟ କରି ଆସୁଥିଲେ ଓ ତେବେ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ସ୍କୁଟି ଆରୋହୀ ଜଣକୁ ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଡ୍ରାଇଭର ଜଣକ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସ୍ବାସ୍ଥ୍ୟ କେନ୍ଦ୍ର କୁ ପହଂଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଓ ତେବେ ସୂଚନା ଅନୁସାରେ ମୃତ ସ୍କୁଟି ଆରୋହୀ ଜଣକ ନିଜ ଦୋକାନ ସାମଗ୍ରୀ କିଣିବା ପାଇଁ ଫିରିଙ୍ଗିଆ ସପ୍ତାହିକ ବଜାର କୁ ଆସି ନିଜ ଗାଁ ଶ୍ରୀଗୁଣୀ କୁ ଫେରୁଥିବା ସମୟରେ ବିପରୀତ ଦିଗରୁ ମେଡିକାଲର ଏହି ମିବାଇଲ ହେଲତ ଟିମ ର ବୋଲେରୋ ରୋଗୀ ମାନଙ୍କୁ ଛାଡି ଫେରୁଥିବା ସମୟରେ ମୁସୁଳିପାଙ୍ଗା ଠାରୁ ପାଙ୍ଗା ଯାଇଥିବା ମୁଖ୍ୟ ରାସ୍ତାର ଶ୍ରୀଗୁଣୀ ଗାଁ ନିକଟରେ ଥିବା ଘାଟି ବୁଲାଣି ରେ ସମ୍ପୃକ୍ତ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା ଓ ଅନ୍ୟପଟେ ମେଡିକାଲ ରୁ ଖବର ପାଇ ପ୍ରଥମେ ଫିରିଙ୍ଗିଆ ପୋଲିସ ମେଡିକାଲ ରେ ପହଞ୍ଚିଥିଲା ପରେ ମୃତ ଯୁବକଙ୍କ ପିତା ପ୍ରଫୁଲ୍ଲ ପଣ୍ଡା ଗୋଛାପଡା ଥାନାରେ ଏକ ଲିଖିତ ଏତଲା ଦେଲା ପରେ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନାର ଜଣେ ଏସଏଇ ଏବଂ ଜଣେ କନେଷ୍ଟପଲ ଫିରିଙ୍ଗିଆ ମେଡିକାଲ ରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠେଇ ଦେଇଥିବା ଜଣା ପଡିଛି ଓ ଅନ୍ୟପଟେ ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ୬୫/୨୦୨୩ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟଇଥିଵା ବୋଲେରୋ କୁ ଜବତ କରିବା ସହ ବୋଲେରୋ ଡ୍ରାଇଭର କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଥିବା କହିଛନ୍ତି ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ।