କଟକ: ତ୍ରିଶୁଳିଆର ସୁବାଷ ସେତୁ ଉପରେ ଥିବା ସ୍କୁଟିକୁ ନେଇ ବଢୁଛି ସସ୍ପେନ୍ସ। ଗାଡ଼ି ନମ୍ବର ପ୍ଲେଟରୁ ଆରୋହୀଙ୍କ ପରିଚୟ ଜଣାପଡିଛି। ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜଣାପଡ଼ିଛି। ତେବେ ମମତାଙ୍କ ସନ୍ଧାନ ମିଳି ପାରିନି। ବ୍ରିଜ ଉପରେ ସ୍କୁଟିକୁ ରଖି ଦେଇ ସେ ନଦୀକୁ ଡେଇଁ ପଡ଼ିଛନ୍ତି ନା କେଉଁଆଡ଼େ ଚାଲି ଯାଇଛନ୍ତି ସେ ନେଇ କିଛି ସୂଚନା ମିଳି ପାରୁନି।
ଗାଡ଼ି ନମ୍ବର ପ୍ଲେଟରୁ ତାହା ମମତା ସାହୁଙ୍କର ବୋଲି ସ୍ପଷ୍ଟ ହୋଇଛି । ମମତା ସାହୁ କଟକର ଏକ ଘରୋଇ ସ୍କୁଲରେ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷକତା କରି ଆସୁଛନ୍ତି । ନୂଆ ବଜାରରେ ସେ ନିଜ ସ୍ୱାମୀ ଓ ପରିବାର ସହ ରହି ଆସୁଥିଲେ ।ଗତକାଲି ମମତା ସାହୁ ତାଙ୍କ ବାପାଙ୍କ ଶ୍ରାଦ୍ଧ ଥିବାରୁ ସ୍ୱାମୀଙ୍କ ସହ ସେ ସେଠାକୁ ଯାଇଥିଲେ। ରାତି ପ୍ରାୟ ୯ଟା ବେଳେ ଉଭୟ ନିଜ ଘରକୁ ଫେରିଥିଲେ। ମାତ୍ର ଆଜି ଭୋର ପ୍ରାୟ ୩ଟା ବେଳେ ସେ ଘରୁ ସ୍କୁଟି ଧରି ବାହାରି ଯାଇଥିବା ବେଳେ ସାଙ୍ଗରେ ମୋବାଇଲ ଫୋନ୍ ବି ନେଇ ନ ଥିଲେ।