ତ୍ରିଶୁଳିଆ ବ୍ରିଜରେ ଅଜଣା ସ୍କୃଟି, ଆରୋହୀଙ୍କ ମିଳୁନି ପତ୍ତା

0

କଟକ: ତ୍ରିଶୁଳିଆ ସୁବାଷ ସେତୁରେ ଛିଡ଼ା ହୋଇଥିବା ନାଲି ସ୍କୁଟିକୁ ନେଇ ଚର୍ଚ୍ଚା । ବ୍ରିଜ ଉପରେ ସ୍କୁଟି ସହ ଚପଲ ମଧ୍ୟ ରହିଛି । ହେଲେ ଆରୋହୀଙ୍କ ମିଳୁନି କୌଣସି ପତ୍ତା । କେହି ବ୍ୟକ୍ତି ଗାଡ଼ି ରଖିଦେଇ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ପାଣି ଅଧିକ ଥିବାରୁ କିଛି ଜଣାପଡ଼ୁନି, ଘଟଣାସ୍ଥଳରେ ମର୍କତନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆଜି ଭୋରରୁ କଟକ ନେତାଜୀ ସୁବାଷ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲ। ସ୍କୁଟିରେ ଚାବି ଲାଗିଥିବା ବେଳେ ପାଖରେ ହଳେ ଚପଲ ମଧ୍ୟ ଥୁଆ ହୋଇଛି। ତେଣୁ କେହି ଗାଡ଼ି ରଖିଦେଇ ରାତିରେ ନଦୀକୁ ଡେ଼ଇଁ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ନଦୀରେ ପାଣି ଅଧିକ ରହିଥିବା ଯୋଗୁଁ ଘଟଣା ସ୍ପଷ୍ଟ ହେଉନାହିଁ। ଗାଡ଼ି ନମ୍ବର କାହା ନାଁରେ ଅଛି ସେନେଇ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।