ସୁନ୍ଦରଗଡରେ ବଢୁଛି ସ୍କ୍ରବ ଟାଇଫସ ସଂକ୍ରମଣ: ପୁଣି ୧୦ ଆକ୍ରାନ୍ତ ଚିହ୍ନଟ

0

ସୁନ୍ଦରଗଡ: ସୁନ୍ଦରଗଡରେ ବଢୁଛି ସ୍କ୍ରବ ଟାଇଫସ ସଂକ୍ରମଣ । ପୁଣି ୧୦ ଆକ୍ରାନ୍ତ ଚିହ୍ନଟ ହୋଇ ରୋଗୀଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୫୯ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦ ରୋଗୀଙ୍କ ନମୁନା ପଜିଟିଭ ଆସିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କେବଳ ଜଣେ ରୋଗୀ ଆଇସିୟୁରେ ଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ସମସ୍ତ ରୋଗୀ ସୁସ୍ଥଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଜିଲ୍ଲାର ସଦର ବ୍ଲକ ମଝାପଡା ଓ ବାଲିସଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ କରାଯାଇଛି ।