ନୂଆଦିଲ୍ଲୀ; ପହଲଗାମ୍ ଆଟାକ୍ ପରେ ଭାରତ ଏବେ ବଦଲା ନେବାକୁ ବୈଠକ ପରେ ବୈଠକ କରୁଛି । ଭାରତ ରାତାରାତି ପାକିସ୍ତାନର ୯ଟି ଆଡ୍ଡା ଉଡାଇ ଦେଇଛି । ଏଥିପାଇଁ ଆଟାକ୍ ମୋଡରେ ପାକିସ୍ତାନ । ସାଧାରଣ ଲୋକଙ୍କ ଘର ଉପରେ ଗୁଳି ମାଡ କରୁଛି । ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଏହାକୁ ଦୃଷ୍ଟି ରଖି ପାକିସ୍ତାନର ଭାରତ ପୁଣି ପ୍ରତିଶୋଧ ନେବା ପାଇଁ ଚାଲିଛି ବୈଠକ । ତେବେ ଅପରେସନ ସିନ୍ଦୁର ଜରିଆରେ ପାକିସ୍ତାନକୁ ଚକମା ଦେବ ଭାରତ ।
ସେପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ -ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଅମିତ ଶାହ । ଏହି ବୈଠକରେ ସାମିଲ ଅଛନ୍ତି ଜମ୍ମୁକାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଲଦାଖର ଉପ-ରାଜ୍ୟପାଳ ।
ବୈଠକରେ ଏୟାରଷ୍ଟ୍ରାଇକ୍ ପରର ସ୍ଥିତିକୁ ନେଇ ଆଲୋଚନା କରାଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଶାହ ।
ଜରୁରୀ ସେବା ଓ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଏସଡିଆରଏଫ୍, ସିଭିଲ ଡିଫେନ୍ସ, ହୋମଗାର୍ଡ ଓ ଏନସିସି କ୍ୟାଡରକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୀମାବର୍ତ୍ତୀ ରାଜ୍ୟଗୁଡିକୁ ସତର୍କ କରାଇଛନ୍ତି ଅମିତ ଶାହ ।