୨୫ ତାରିଖରେ କୋର୍ଟରେ ହାଜର ପାଇଁ ଏସଡିଜିଏମ କୋର୍ଟଙ୍କ ନିର୍ଦ୍ଦେଶ

0

ବ୍ୟୁରୋ : ପିଏ ଦେବନାରାୟଣ ପଣ୍ଡା ହତ୍ୟା ମାମଲାରେ ବଢିଲା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ପାଇଁ ଅଡୁଆ ।ଚକ୍ରାନ୍ତ କରି ହତ୍ୟା ମାମଲାକୁ ଚାପି ଦେଇଥିଲେ । ହେଲେ ହାଜର ପାଇଁ ଏସଡିଜିଏମ କୋର୍ଟଙ୍କ ନିର୍ଦ୍ଦେଶ । ବହୁଚର୍ଚ୍ଚିତ ମାଲକାନଗିରି ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜିଏମ କୋର୍ଟ । ୨୫ ତାରିଖରେ ହାଜର ହେବା ପାଇଁ କୋର୍ଟ ମନୀଷ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ବି ରହସ୍ୟ ଲାଗିରହିଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଦେବନାରାୟଣଙ୍କୁ ହତ୍ୟା କରାଯାଇଛି, ଏଥିରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ତାଙ୍କ ୩ ସହଯୋଗୀ ସଂପୃକ୍ତ ଅଛନ୍ତି । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିଲା । ତେବେ ମନୀଷଙ୍କ ଉପରେ ଲାଗିଥିବା ଦଫା ୩୦୨କୁ ହଟାଇ ଦେଇଥିଲେ ହାଇକୋର୍ଟ । କିନ୍ତୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଦଫା ୩୦୬, ଅପରାଧିକ ଷଡଯନ୍ତ୍ର ୧୨୦ବି ଓ ଆଇପିସର ଧାରା ୩୪ରେ ମାମଲା ଚାଲିବ ବୋଲି କହିଥିଲେ । ଆଇଏଏସ ମନୀଷ ଅଗ୍ରଓ୍ୱାଲ ଏବେର ଯୋଜନା ଓ ସମନ୍ୱୟ ବିଭାଗ ଯୁଗ୍ମ ସଚିବ ରହିଛନ୍ତି ।