ଖୋର୍ଦ୍ଧା / ଜାଗେଶ୍ଵର ପ୍ରଧାନ : ଖୋର୍ଦ୍ଧା ରୁ ବିଦାୟ ନେଲେ ବିବାଦୀୟ ଏସଡିପିଓ ଦିଲୀପ କୁମାର ଦାସ । ଗୋ ଚାଲାଣ ରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ବଦଳି ହୋଇଛି ।
ସୂଚନା ମୁତାବକ, ଖଣ ଓ ଗୋ ଚାଲାଣ ରେ ଖୋର୍ଦ୍ଧା ଏସଡିପିଓ ଦିଲୀପ କୁମାର ଦାସ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ଯାହାକୁ ବିରୋଧ କରି ଶୋରେ ଉତ୍ତାଳନ କରିଥିଲେ ବଜରଂଗୀ ଦଳ । ଏହାକୁ ଗୁରୁତର ନେଇଥିଲେ ଖୋର୍ଦ୍ଧା ବିଧାୟକ ତୁରନ୍ତ ବଦଳି ପାଇଁ ସରକାର ଙ୍କୁ ଚିଠି ଲେଖିଥିବା କୁହାଯାଉଛି ।