ମୋଦୀଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ଆରମ୍ଭ

0

(ହର ପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ଆରମ୍ଭ ହୋଇଛି । ମୋଦିଙ୍କ ଜନ୍ମ ସପ୍ତାହ କୁ ନେଇ ସାର ଦେଶରେ ବିଜେପି ପାଳୁଛି ସେବା ସପ୍ତାହ। ଏନେଇ ଓଡିଶାରେ ଭୁବନେଶ୍ୱର ଭରତପୁରରୁ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ୟ୍ୟକ୍ରମ ରେ ଦିବ୍ୟଙ୍ଗ ମାନଙ୍କୁ ବିଭିନ୍ନ ଅଵଶ୍ୟକୀୟ ଉପକରଣ, ସ୍ୱାସ୍ଥ୍ୟ କ୍ୟାମ୍, ରକ୍ତଦାନ ଶିବିର ସମେତ ପ୍ଲାଷ୍ଟିକ ବର୍ଜନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଆମ ସମସ୍ତଙ୍କ ନିଷ୍ପତ୍ତି ଏହାକୁ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସୀମିତ ନ ରଖି ଗରିବ ଲୋକଙ୍କ ଜୀବନକୁ ବିକଶିତ କରିବା ସହ ଆଜି ଠାରୁ ପ୍ଲାଷ୍ଟିକ ବର୍ଜନ କରିବାକୁ ନିଷ୍ପତ୍ତି ନିଆଗଲା । ଏବଂ ଓଡ଼ିଶାର ଏକ ଆଲବମ ଯାହାକି କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ସେବାର ଫଟୋ ବିଜେପି ପାଟି ଅଫିସକୁ ପଠାଇବେ । ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ନୋଚିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ର୍ଧମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥି ସହ ଗାଁରୁ ଗରିବୀ ହଟେଇବା, ସମସ୍ତଙ୍କୁ କିଭଳି ପକ୍କା ଘର, ସୁଧଜଳ, ବିଜୁଳି, ଉଜ୍ଜଳ ଗ୍ୟାସ, ଶୌଚାଳୟ ମିଳିବ ସେ ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବା।ପ୍ରତ୍ୟେକ ସ୍ଵୟସହାୟକ ଗୋଷ୍ଠିକୁ ଦିଆଯିବ ୧ ଲକ୍ଷ ଟଙ୍କା । ଆଜିଠାରୁ ୨୦ ଦିନ ବ୍ୟାପି ସେବା ସପ୍ତାହ ପାଳନ କରାଯିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି ।