ପୁଣି ସେବାୟତଙ୍କ ମଧ୍ୟରେ ବିଶୃଖଳା, ନୀତିରେ ବିଳମ୍ବ

0

ପୁରୀ: ପୁଣି ସେବାୟତଙ୍କ ମଧ୍ୟରେ ବିଶୃଖଳା । ବିଳମ୍ବ ହେଉଛି ମହାପ୍ରଭୁଙ୍କର ନିତିକାନ୍ତି । ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଛି ବିବାଦ । ତେଣୁ ମହାପ୍ରଭୁଙ୍କ ମଇଲମ ନୀତି ଠାରୁ ଅଟକି ରହିଛି ସମସ୍ତ ନୀତିକାନ୍ତି । ସେପଟେ ସେବାୟତଙ୍କ ସହ ଆଲୋଚନା କରୁଛନ୍ତି ନୀତି ପ୍ରଶାସକ ।
ସୂଚନା ଅନୁଯାୟୀ, ଜଣେ ସିଂହାରୀ ସେବାୟତ ଅଜାତିରେ ବିବାହ କରିଛନ୍ତି ତେଣୁ ସେବାୟତ ସଂପ୍ରଦାୟର ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ମହାପ୍ରଭୁଙ୍କ ନୀତି କରିବାକୁ ବାରଣ କରାଯାଇଥିଲା । କିନ୍ତୁ ଆଜି ସଂପୃକ୍ତ ସିଂହାରୀ ସେବକଙ୍କ ଭାଇମାନଙ୍କର ପାଳିଥିଲା । ଭାଇଙ୍କ ପାଳିରେ ସଂପୃକ୍ତ ସେବକ ସକାଳୁ ମଙ୍ଗଳ ଆଳତୀ ଠାରୁ ମଇଲମ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କରିସାରିଥିଲେ । ଯେହେତୁ ତାଙ୍କୁ ନୀତିକାନ୍ତି କରିବାକୁ ମାନା ହୋଇଥିଲା ସେକିପରି ନୀତିକାନ୍ତି କରିଲେ ତାକୁ ନେଇ ପୂଜାପଣ୍ଡା ମାନେ ନୀତି କରିବେ ନାହିଁ ବୋଲି ପ୍ରଶାସନକୁ ଜଣାଇଥିଲେ । ସେପଟେ ପୂଜାପଣ୍ଡା ସେବାରେ ଏପର୍ଯ୍ୟନ୍ତ ଯୋଗ ଦେଇନଥିବା କୁହାଯାଉଛି ।